୨୪ ଘଣ୍ଟାରେ ରାଜ୍ୟରେ ୭୩୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ୨୪ ଘଣ୍ଟାରେ ରାଜ୍ୟରେ ୭୩୯୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୮ ଲକ୍ଷ ଟପିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୭୩୯୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୮୦୬୦୯୪ରେ ପହଞ୍ଚିଛି ବୋଲି ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଜଣାଇଛି ।

ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୪୧୬୯ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୩୨୨୬ଜଣ ଲୋକାଲ୍ କେସ୍ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୬୯ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୮୬୮, ଯାଜପୁରରୁ ୫୧୬, ଅନୁଗୋଳରୁ ୪୪୩, ମୟୂରଭଞ୍ଜରୁ ୩୮୪, ପୁରୀରୁ ୩୫୬ ଓ କେନ୍ଦ୍ରାପଡ଼ା ଜିଲ୍ଲାରୁ ୩୪୧ ଜଣ ଚିହ୍ନଟ ହୋଇଛନ୍ତି।

ବାଲେଶ୍ୱର ଜିଲ୍ଲାରୁ ୨୮୫ ଜଣ ଚିହ୍ନଟ ହୋଇଥିବା ବେଳେ ବରଗଡ଼ରୁ ୧୭୧, ଭଦ୍ରକରୁ ୨୩୮, ବଲାଙ୍ଗିରରୁ ୮୧, ବୌଦ୍ଧରୁ ୧୩୩, ଦେବଗଡ଼ରୁ ୫୭, ଢେଙ୍କାନାଳରୁ ୮୧, ଗଜପତିରୁ ୫୨, ଗଞ୍ଜାମରୁ ୬୯, ଜଗତସିଂହପୁରରୁ ୨୮୮, ଝାରସୁଗୁଡ଼ାରୁ ୬୬, କଳାହାଣ୍ଡିରୁ ୧୬୬, କନ୍ଧମାଳରୁ ୭୬, କେନ୍ଦୁଝରରୁ ୧୫୮, କୋରାପୁଟରୁ ୧୬୧, ମାଲକାନଗିରିରୁ ୧୧୦, ନବରଙ୍ଗପୁରରୁ ୧୯୬, ନୟାଗଡ଼ରୁ ୨୪୩, ନୂଆପଡ଼ାରୁ ୨୨, ରାୟଗଡ଼ାରୁ ୧୨୫, ସମ୍ବଲପୁରରୁ ୧୩୭, ସୋନପୁରରୁ ୯୧ ଓ ସୁନ୍ଦରଗଡ଼ରୁ ୨୬୭ ଜଣ ଚିହ୍ନଟ ହୋଇଛନ୍ତି। ସେହିପରି ଷ୍ଟେଟ୍ ପୁଲ୍ରୁ ୧୪୫ ଜଣ ଚିହ୍ନଟ ହୋଇଛନ୍ତି।

Share

Leave a Reply

Your email address will not be published. Required fields are marked *

5 × two =