ଜାଣନ୍ତୁ ବନାଟି ଖେଳର ପରମ୍ପରା

ପୁରୀ () ରଥଯାତ୍ରା, ବାହୁଡା, ନୀଳାଦ୍ରି ବିଜେ, ସ୍ନାନ ପୂର୍ଣ୍ଣିମାରେ ଶ୍ରୀଜୀଉମାନଙ୍କ ପହଣ୍ଡି ଯାତ୍ରା ଆଗେ ଆଗେ ସବୁ ବେଳେ ଆଖି ତରାଟୀ ଦେଲା ଭଳି ବନାଟି ଖେଳକୁ ସମସ୍ତେ ଉପଭୋଗ କରନ୍ତି । କିନ୍ତୁ ଏହି ବନାଟି ଖେଳର ପରମ୍ପରା ବା ବିଶେଷତ୍ବ ବାବଦରେ ଜାଣନ୍ତି କି ? ପୁରାଣ ଯୁଗରେ ଶ୍ରୀଜୀଉମାନଙ୍କ ପହଣ୍ଡି ଓ ରଥଟଣା ବିଳମ୍ବିତ ହେଲେ ସନ୍ଧ୍ୟାରେ ମାର୍ଗ ଦର୍ଶନ ପାଇଁ ଅଗ୍ନି ବନାଟିର ବ୍ୟବହାର କରାଯାଉଥିଲା । ଛୋଟରୁ ବଡ ଏପରିକି ମହିଳାମାନେ ପ୍ରଦର୍ଶନ କରୁଥିବା ଏହି ଦୁଃସାହସିକ ବନାଟିର ଦୁଇ ପାର୍ଶ୍ବ କୁଣ୍ଡା ଓ କନାରେ ପ୍ରସ୍ତୁତ । ଏହି ଦୁଇ ପାର୍ଶ୍ବରେ ଅଗ୍ନୀ ସଂଯୋଗ କରି ଏହାକୁ ବୁଲାଇଲେ ଅନ୍ଧକାର ଦୂର ହୋଇଥାଏ । ଯଦିଓ ଏବେ ରଥଟଣା ପାଇଁ ଅଗ୍ନୀ ବନାଟିର ଆବଶ୍ୟକତା ପଡୁନି ତଥାପି ଏହା ଏକ ପରମ୍ପରା ଭାବେ ଚାଲିଆସୁଛି । ତେବେ ନୀଳାଦ୍ରି ବିଜେ ସମୟରେ ଅଗ୍ନି ବନାଟିର ପ୍ରଦର୍ଶନ ହୋଇଥାଏ । ବନାଟି ଗୁରୁ ରାମଚନ୍ଦ୍ର ସୁଆର ଓ ବିଷ୍ଣୁ ଦାସଙ୍କ ତାଲିମରେ ପ୍ରାଏ 100 ଜଣ ଯୁବକ ଯୁବତୀ ଏବେ ବନାଟି ଖେଳ ପ୍ରଦର୍ଶନ କରୁଛନ୍ତି ।

Share

Leave a Reply

Your email address will not be published. Required fields are marked *

19 − twelve =