ଦାସିଆ ପୀଠରୁ ଆସିଛି ତୁଳସୀ

ପୁରୀ () ଭକ୍ତ ଦାସିଆ ବାଉରୀ ଉପାଖ୍ୟାନ ସମସ୍ତେ ଜାଣନ୍ତି । ଦାସିଆର ନଦିଆରେ ଶ୍ରୀଜଗନ୍ନାଥ ଏତେ ପ୍ରୀତ ହୋଇଥିଲେ ଯେ ସେ ପରମ୍ପରା ଆଜିବି ରହିଛି । ରଥଯାତ୍ରାରେ ଭକ୍ତ ଦାସିଆ ବାଉରୀ ମଠରୁ ଏବେବି ଜଗନ୍ନାଥଙ୍କ ପାଇଁ ଆସୁଛି ତୁଳସୀ ଆଉ ନଡ଼ିଆ । ଏହି ପୀଠର ସନ୍ଥଶ୍ରୀ ରାମସରଣ ଦାସ ବା ତୁଳସୀ ବାବା ପ୍ରତିବର୍ଷ ରଥଯାତ୍ରାରେ ଶ୍ରୀକ୍ଷେତ୍ରକୁ ତୁଳସୀ ନେଇ ଆସିଥାନ୍ତି ।

ଭୁବନେଶ୍ବର ଗଡକଣର ଗଡ ମହାବୀର ପୀଠ, ପାତ୍ରପଡାର ସିଦ୍ଧ ମହାବୀର ପୀଠ, ବ୍ରହ୍ମଗିରିର ପୀଠ ମହାବୀର, ଆସ୍କାର ଗୋପୀନାଥ ପୀଠ, ବୁଗୁଡାର ବୀରଞ୍ଚି ନାରାୟଣ ପୀଠ ଆଦି ସ୍ଥାନରୁ ତୁଳସୀ ଜଟା ସଂଗ୍ରହ କରି ଆଣିଛନ୍ତି ତୁଳସୀ ବାବା । ଶ୍ରୀଜୀଉମାନେ ରଥାରୂଢ ହେବା ପରେ ଦାସିଆ ବାରୁରୀ ପୀଠରୁ ଆସିଥିବା ଏହି ତୁଳସୀମାଳ ଲାଗି ହୋଇଥାଏ । ଗତ 36 ବର୍ଷ ଧରି ଏହି ପରମ୍ପରା ଚାଲିଆସୁଛି । ତୁଳସୀ ସହ କିଛି ପଦ୍ମ ଫୁଲ ଓ ନଡ଼ିଆ ଅର୍ପଣ କରାଯାଇଥାଏ । ଶ୍ରୀଜୀଉଙ୍କୁ ତୁଳସୀ ଅର୍ପଣ କରାନଯିବା ଯାଏଁ ତୁଳସୀ ବାବା ଏହି ତୁଳସୀ ମାଳ ବିଡାକୁ ମୁଣ୍ଡରେ ରଖି ଛିଡା ହୋଇଥାନ୍ତି ।

 

Share

Leave a Reply

Your email address will not be published. Required fields are marked *

three × 1 =