ବିକାଶ ପଥେ ଓଡ଼ିଶା, ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା

ନୂଆ ଓଡ଼ିଶା, ବିକାଶର ନୂଆ ଛବି । ଦେଶ ୭୫ ତମ ସ୍ବାଧୀନତା ଦିବସ ପାଳୁଥିବା ବେଳେ, ନୂଆ ଉପଲବ୍ଧିକୁ ଛୁଇଁଛି ଓଡ଼ିଶା । ରାଜ୍ୟରେ ୧ କୋଟି ୭୦ ଲକ୍ଷକୁ ଅଧିକ ଲୋକଙ୍କୁ ଦିଆଯାଇଛି କରୋନା ଟିକା । ଶତପ୍ରତିଶତ ଟିକାକରଣରେ ପ୍ରଥମ ସ୍ଥାନରେ ରହିଛି ଓଡ଼ିଶା । ରାଜ୍ୟର ୩୦ ଜିଲ୍ଲାରେ ଆରମ୍ଭ ହୋଇଛି ଅକ୍ସିଜେନ ପ୍ଲାଣ୍ଟ ନିର୍ମାଣ କାର‌୍ୟ୍ୟ । ସେହିପରି ୨୦ ଜିଲ୍ଲାରେ ଖୁବଶୀଘ୍ର କାର‌୍ୟ୍ୟକ୍ଷମ ହେବାକୁ ଯାଉଛି । କରୋନାର ଦ୍ବିତୀୟ ଲହରରେ ନିର୍ମାଣ ଶ୍ରମିକ, ମନରେଗା ଶ୍ରମିକ, ଆଦିମ ଜନଜାତି ପରିବାର, ଅନୁସୂଚିତ ଜାତି ଓ ଜନଜାତି ଛାତ୍ରଛାତ୍ରୀ, ମିଶନ ଶକ୍ତି ସଦସ୍ୟ ଓ ଉଠାଦୋକାନୀଙ୍କୁ ୨ ହଜାର ୪ କୋଟିର ସହାୟତା ଦେଇଛନ୍ତି ରାଜ୍ୟ ସରକାର । ବାତ୍ୟା ୟସର ସଫଳ ମୁକାବିଲାକୁ ପ୍ରଶଂସା କରିଛି ଜାତିସଂଘ । କୋଭିଡରେ ବାପା, ମାଆ କିମ୍ବା ପରିବାରର ରୋଜଗାରକ୍ଷମ ବ୍ୟକ୍ତିଙ୍କୁ ହରାଇଥିବା ଶିଶୁଙ୍କ ପାଇଁ ଆରମ୍ଭ ହୋଇଛି ଆଶୀର୍ବାଦ ଯୋଜନା । ରାଜ୍ୟରେ କର୍କଟ ଚିକିତ୍ସାକୁ ଆହୁରି ସୁଦୃଢ କରିବାକୁ କଟକ ଆଚାର‌୍ୟ୍ୟ ହରିହର କର୍କଟ କେନ୍ଦ୍ରଠାରେ ମାଗଣା ସିଟି ସ୍କାନ ଓ ଏମଆରଆଇ ସେବା ଉପଲବ୍ଧ କରାଯାଇଛି । ଟ୍ୟାପରୁ ବିଶୁଦ୍ଧ ପିଇବା ପାଣି ମିଶନରେ ଲଣ୍ଡନ, ଲସ ଏଞ୍ଜେଲସ୍ ଓ ସିଙ୍ଗାପୁର ଭଳି ଅନ୍ତର୍ଜାତୀୟ ସହରର ସମକ୍ଷକ ହୋଇଛି ପୁରୀ । ମହିଳାଙ୍କୁ ସଶକ୍ତି କରିବାକୁ ମିଶନ ଶକ୍ତି ମାଧ୍ୟମରେ ୭୦ ଲକ୍ଷ ସ୍ବାବଲମ୍ବୀ ମହିଳାଙ୍କୁ ୩୩୮ଟି ବ୍ଲକ ମିଶନ ଶକ୍ତି ମହାସଂଘକୁ ୧୬୯ କୋଟି ପ୍ରଦାନ କରାଯାଇଛି । ଗୋଟିଏ ଦେଶ, ଗୋଟିଏ ରାସନ କାର୍ଡ ଯୋଜନାକୁ ସାରା ରାଜ୍ୟ ଆରମ୍ଭ କରାଯାଇଛି । ୪୨ ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀଙ୍କୁ ୨୦୨୧ ବର୍ଷ ପାଇଁ ୯୨୦ କୋଟି ଟଙ୍କାର ସହାୟତା ପ୍ରଦାନ କରାଯାଇଛି । ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୧୦୦୦ କୋଟି ଟଙ୍କା ବିନିଯୋଗ । ସାରା ରାଜ୍ୟର ସହରାଞ୍ଚଳରେ ୮୯ଟି ବହୁବିଧ ଇନଡୋର ଷ୍ଟାଡିୟମ ନିର୍ମାଣ କରାଯିବ । ୨୦୨୩ ହକି ବିଶ୍ବକପ ପାଇଁ ରାଉରକେଲାରେ ନିର୍ମିତ ହେଉଛି ଦେଶର ସର୍ବବୃହତ ଷ୍ଟାଡିୟମ । କୋଭିଡ ମହାମାରୀ ସତ୍ତ୍ବେ ଓଡ଼ିଶା ନିଜସ୍ବ ସମ୍ବଳରୁ ୧୧୨ ଦଶମିକ ୫୪ ପ୍ରତିଶତ ରାଜସ୍ବ ବୃଦ୍ଧି ପାଇଛି ।

Share

Leave a Reply

Your email address will not be published. Required fields are marked *

3 × 2 =