ଅତିରିକ୍ତ ଏସ୍.ପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର

ଅତିରିକ୍ତ ଏଏସପି ତ୍ରିନାଥ ମିଶ୍ରଙ୍କୁ ବାଧ୍ୟତାମୂଳକ ଅବସର ଦେଲେ ରାଜ୍ୟ ସରକାର । କୋଟି କୋଟି ଟଙ୍କାର ଆୟ ବର୍ହିଭୁତ ସଂପତ୍ତି ଠୁଳ କରିବା ଅଭିଯୋଗରେ ନିକଟରେ ଭିଜିଲାନ୍ସ ଦ୍ବାରା ଗିରଫ ହୋଇଥିଲେ ତ୍ରିନାଥ । ଏପର୍ଯ୍ୟନ୍ତ ରାଜ୍ୟ ସରକାର 152 ଜଣ ଅଧିକାରୀଙ୍କୁ ଦୁର୍ନୀତି ଅଭିଯୋଗରେ ବାଧ୍ୟତାମୂଳକ ଅବସର ଦେଲେଣି ।
ତ୍ରିନାଥ ମିଶ୍ର ହେଉଛନ୍ତି ଏମିତି ଜଣେ ସରକାରୀ ବାବୁ, ଯାହାଙ୍କ ମାଲିକାନାରେ କୋଟିଏ ଟଙ୍କାରୁ ଅଧିକ ମୂଲ୍ୟର କାର୍ ରହିଛି । ବାବୁ ସରକାରୀ ଅଧିକାରୀ ଭାବେ କାମ କରୁଥିବା ବେଳେ ପତ୍ନୀ, ପୁତ୍ର ନାଁରେ ସଂପତ୍ତିର ସାମ୍ରାଜ୍ୟ ବିସ୍ତାର କରି ଚାଲିଥିଲେ । ପୋଲିସ ଚାକିରୀ ସହିତ ଟ୍ରାନ୍ସପୋର୍ଟ ବ୍ୟବସାୟ, ହେଲ୍ଥ କେୟାର, ନର୍ସିଂ ହୋମ, ଫାର୍ମ ହାଉସ ପ୍ରଭୃତି ରହିଥିଲା । ଭିଜିଲାନ୍ସ ଜବତ କରିଥିବା ତାଙ୍କର ସଂପତ୍ତି ମଧ୍ୟରେ ରହିଛି , ଭୁବନେଶ୍ବରରେ ଥ୍ରି ବିଏଚକେ ଫ୍ଲାଟ, ବଡଚଣାରେ ଫାର୍ମ ହାଉସ, ଭୁବନେଶ୍ବର ଓ ଯାଜପୁରରେ ତିନୋଟି ପ୍ଲଟ, ବିଏମଡବ୍ଲୁ ଏକ୍ସ 7 ( 1 କୋଟି 11 ଲକ୍ଷ ), ହୁଣ୍ଡାଇ କ୍ରେଟା ( 17 ଲକ୍ଷ ), ମାରୁତି ବାଲେନୋ କାର୍ , ସେଭ୍ରୋଲେଟ, ଜିଟିଆର 250 ବାଇକ, ରୟାଲ ଏନଫିଲ୍ଡ । ସେହିପରି ମେଡିକାଲ କେୟାର ସଂସ୍ଥା ମଧ୍ୟରେ ରହିଛି ଶାନ୍ତିଲତା ନର୍ସିଂହୋମ, ଶାନ୍ତିଲତା ଡ୍ରଗହାଉସ, ଫାର୍ମାସିଟୁଟିକାଲ ୟୁନିଟ ।

Share

Leave a Reply

Your email address will not be published. Required fields are marked *

four × 3 =