ଟଙ୍କା ପାଇଁ ବାପକୁ ହତ୍ୟା କଲା ପୁଅ

ଅନୁଗୁଳ: ଅନୁଗୁ ଳ ଜିଲ୍ଲା ତାଳଚେର ଥାନା ଅନ୍ତର୍ଗତ ସନ୍ଥପଡ଼ା ଗାଁରେ ଏକ ଅଭାବନୀୟ ଘଟଣା  ଘଟିଛି।ଟଙ୍କା ନ ଦେବାରୁ ୮୫ ବର୍ଷର ଜଣେ ବୃଦ୍ଧଙ୍କୁ ତାଙ୍କ ପୁଅ ଓ ନାତି ମିଶି ହତ୍ୟା କରିଛନ୍ତି ।ସୂଚନାଅନୁସାରେ, ମୃତକ ଗୌର ନାଏକଙ୍କୁ ତାଙ୍କ ପୁଅ ଗଙ୍ଗାଧର ଓ ନାତି ଦେବବ୍ରତ ଓରଫ ସିପୁନ୍ ଟଙ୍କା ମାଗିଥିଲେ। ହେଲେ ଗୌର ଟଙ୍କା ଦେଇ ନଥିଲେ। ଏଥିରେ ଉତ୍ତ୍ୟକ୍ତ ହୋଇ ପୁଅ ଓ ନାତି ମିଶି ତାଙ୍କୁ ହତ୍ୟା କରିଥିଲେ। ଏହାପରେ  ତାଙ୍କ ଡାହାଣ ଆଖିକୁ ତାଡ଼ି ଦେଇଥିଲେ।ତାଳଚେର ପୁଲିସ୍ ଶବକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଅଭିଯୁକ୍ତ ବାପପୁଅଙ୍କୁ ଗିରଫ କରିଛି।

Share

Leave a Reply

Your email address will not be published. Required fields are marked *

eighteen − ten =