ରାଜ୍ୟରେ ବିଳମ୍ବିତ ହେବ ଟିକାକରଣ !

ଭୁବନେଶ୍ବର: ତୃତୀୟ ପର୍ଯ୍ୟାୟ ଟିକାରଣ ପାଇଁ ଆସନ୍ତାକାଲିଠାରୁ ପଞ୍ଜିକରଣ ଆରମ୍ଭ ହେବ । ତେବେ ଟିକାକରଣ ସାମାନ୍ୟ ବିଳମ୍ବିତ ହୋଇପାରେ ।  ଟିକା ଉପଲବ୍ଧ ହେବା ପରେ ଟିକାକରଣ କରାଯିବ । ଏଭଳି ଆଶଙ୍କା କରିଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ତେବେ କୋୱିନ ଆପକୁ ଯାଇ ସମସ୍ତେ ପଞ୍ଜିକରଣ କରିପାରିବେ । କିନ୍ତୁ ଏବେ ସ୍ଲଟ ଅଫ୍ ଆପଏଂଟମେଂଟ ମିଳିବ ନାହିଁ । ଯେବେ ଟିକା ଉପଲବ୍ଧ ହେବ ସେହି ଅନୁସାରେ ସ୍ଲଟ ଦିଆଯିବ । ସେହି ଅନୁସାରେ ପଞ୍ଜିକୃତ ନାଗରୀକ ଟିକା ନେବେ ।

୧୮ ରୁ ୪୫ ବର୍ଷ ପାଇଁ ଟିକାକରଣ ପାଇଁ ଆସିବାକୁ ଥିବା ଟିକା ଆସିବାରେ ବିଳମ୍ବ ହେବ । ଏପରିକି ମେ ମାସରେ କୋଭିଡସିଲ୍ଡ ଟିକା ପହଁଚିବା ସମ୍ଭାବନା କ୍ଷୀଣ ରହିଛି । ମେ ମାସ ମଧ୍ୟଭାଗ ସୁଦ୍ଧା କୋଭାକ୍ସିନ ଆସିପାରେ । କିନ୍ତୁ କୋଭିସିଲ୍ଡ ଟିକା ପହଁଚିପାରିବ କି ନାହିଁ କହିହେବ ନାହିଁ ।

Share

Leave a Reply

Your email address will not be published. Required fields are marked *

14 − 7 =