ସୋଆ ପ୍ରଫେସର ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ

ଭୁବନେଶ୍ୱର: ବିଶିଷ୍ଟ ଗବେଷକ ତଥା ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ବାୟୋଫୁଏଲ୍ ଆଣ୍ଡ
ବାୟୋପ୍ରୋସେସିଙ୍ଗ୍ ରିସର୍ଚ୍ଚ ସେଂଟରର ନିର୍ଦ୍ଦେଶକ ପ୍ରଫେସର ଲାଲା ବିହାରୀ ଶୁକ୍ଳାଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି ।
ଗତବର୍ଷ ୟୁଏସ୍‌ଏର ଷ୍ଟାନ୍‌ଫୋର୍ଡ ୟୁନିଭର୍ସି ଟି ଦ୍ୱାରା ପ୍ରସ୍ତୁତ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନି କଙ୍କ ତାଲିକାରେ ପ୍ର ଫେସର ଶୁକ୍ଳାଙ୍କ ନାମ ସ୍ଥାନିତ ହୋଇଥିବା ବେଳେ ଆନ୍ତର୍ଜାତିକ ସ୍ତରରେ ତାଙ୍କର ଅବଦାନକୁ ନେଇ ଭର୍ଚୁ ଆଲୀ ଆୟୋଜିତ ହୋଇଥିବା ଜିଟିଇଏ -୨୦୨୧ ଆୱାର୍ଡ ଓ ସମ୍ମିଳନୀ କାର୍ଯ୍ୟକ୍ରମରେ ତାଙ୍କୁ ଗ୍ଲୋବାଲ୍ ଟିଚିଂ ଏକ୍ସିଲେନ୍ସ ଆୱାର୍ଡରେ ସମ୍ମାନିତ କରାଯାଇଛି ।
ଉତ୍କୃଷ୍ଟ ଶିକ୍ଷାଦାନ କ୍ଷେତ୍ରରେ ତାଙ୍କର ଅବିରତ କାର୍ଯ୍ୟଧାରାର ଅବଦାନକୁ ନେଇ ପ୍ରଫେସର ଶୁକ୍ଳାଙ୍କୁ ଏହି ସମ୍ମାନ ପ୍ରଦାନକରାଯାଇଥିବା ମାନପତ୍ରରେ ଉଲ୍ଲେଖ କରାଯାଇଛି । ୧୯୭୧ ମସିହାରେ ନ୍ୟାସ୍‌ନାଲ୍ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି , ରାଉର୍‌କେଲା (ପୂର୍ବରୁ ରିଜିଓନାଲ୍ ଇଞ୍ଜିନିୟରିଂ କଲେଜ୍‌)ରୁ ବିଏସ୍‌ସି (ଇଞ୍ଜିନିୟରିଂ) ମେଟାଲର୍ଜି ଏବଂ ୧୯୭୩ ମସିହାରେ ଏମ୍‌ଟେକ୍ ମେଟାର୍ଲଜି ହାସଲ କରି ଥିବା
ପ୍ରଫେସର ଶୁକ୍ଳା ହାଇଡ୍ରୋମେଟାର୍ଲଜି, ବାୟୋହାଇଡ୍ରୋମେଟାର୍ଲଜି, ୱେଷ୍ଟ ମ୍ୟାନେଜମେଂଟ, ଏନ୍‌ଭାରନ୍‌ମେଂଟାଲ୍ ମାଇନିଂ ମ୍ୟାନେଜମେଂଟ ଆଣ୍ଡ ରି-ସାଇକ୍ଲିଂ କ୍ଷେତ୍ରରେ ଅନେକ କାର୍ଯ୍ୟ କରୁଛନ୍ତି । ଶିକ୍ଷାଦାନ ଓ ଗବେଷଣା କ୍ଷେତ୍ରରେ ତାଙ୍କର ଅବଦାନକୁ ନେଇ ସେ ଅନେକ ସମ୍ମାନ ଗ୍ରହଣ କରିଛନ୍ତି ।
ପ୍ରଫେସର ଶୁକ୍ଳା ପୂର୍ବରୁ ଭୁବନେଶ୍ୱର ସ୍ଥି ତ ସିଏସ୍‌ଆଇଆର୍ – ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ସ ଆଣ୍ଡ ମ୍ୟାଟେରିଆଲ୍‌ସ ଟେକ୍ନୋଲୋଜି ର ବାୟୋ ରିସୋର୍ସେସ୍ ଇଞ୍ଜିନିୟରିଂ ବିଭାଗର ମୁଖ୍ୟ ରହିଥିବା ବେଳେ ତାଙ୍କର ବାୟୋ ମିନେରାଲ୍ ପ୍ରୋସେସିଂ କ୍ଷେତ୍ରରେ ୪୫ ବର୍ଷର ଗବେଷଣା ଅଭିଜ୍ଞତା ରହିଛି । ସେ ସିଏସ୍‌ଆଇଆର୍ ଏମେରିଟସ ସାଇନ୍‌ଟିଷ୍ଟ ଏବଂ ନୂଆଦିଲ୍ଲୀ ସ୍ଥିତ ଏକାଡେମୀ ଅଫ୍ ସାଇନ୍‌ଟିଫିକ୍ ଆଣ୍ଡ ଇନୋଭେଟିଭ୍ ରିସର୍ଚ୍ଚ (ଏସିଏସ୍‌ଆଇଆର)ର ଏମେରିଟସ ପ୍ରଫେସର ଭାବେ କାର୍ଯ୍ୟ ତୁଲାଇଛନ୍ତି ।

Share

Leave a Reply

Your email address will not be published. Required fields are marked *

one × 2 =