ପୋଖରୀରେ ବୁଡ଼ି ଗଲା ଦୁଇ ଭଉଣୀଙ୍କ ଜୀବନ

ଭଦ୍ରକ: ଅକାଳରେ ଚାଲିଗଲା ଦୁଇ ଶିଶୁଙ୍କ ଜୀବନ । ପୋଖରୀରେ ବୁଡ଼ି ଦୁଇ ନାବାଳିକାଙ୍କ ମୃତ୍ୟୁ । ମୃତକ ଦ୍ୱୟ ମାମୁଁ ଝଅ ଭଉଣୀ ହେବେ । ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଦୁଇ ଭଉଣୀ ପାଣିରେ ବୁଡ଼ି ମୃତ । ଭଦ୍ରକ ଜିଲ୍ଲା ବ୍ରଜାନନ୍ଦପୁର ଗାଁରେ ଘଟିଛି ଏଭଳି ଦୁଃଖଦ ଖବର । ମୃତକ ଦ୍ୱୟ ହେଲେ ସଦାନନ୍ଦ ଘଡେଇଙ୍କ ଝିଅ ଲକ୍ଷ୍ମୀପ୍ରିୟା(୧୨) ଓ ତାଙ୍କ ମାମୁଁ ଝିଅ ଟିକି । ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ଲାଗି ପଠାଯାଇଛି । ଏହି ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ଲକ୍ଷ୍ମିପ୍ରିୟା ଓ ଟିକି ପୋଖରୀକୁ ଗାଧୋଇବାକୁ ଯାଇଥିବା ବେଳେ ଗୋଡ଼ ଖସିଯାଇଥିଲା । ଉଭୟ ପୋଖରୀରେ ବୁଡ଼ି ପ୍ରାଣ ହରାଇଛନ୍ତି । ତେବେ ସେମାନଙ୍କୁ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଛନ୍ତି । ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

Share

Leave a Reply

Your email address will not be published. Required fields are marked *

eighteen − 3 =