କୁନ୍ଦୁଲି ତଦନ୍ତ ରିପୋର୍ଟ ଦାଖଲ କଲା ଏସଆଇଟି

ଭୁବନେଶ୍ୱର() କୁନ୍ଦୁଲି ଗଣଦୁଷ୍କର୍ମ ଘଟଣାରେ ଏସଆଇଟି ଆଜି ତାର ପ୍ରଥମ ତଦନ୍ତ ରିପୋର୍ଟ ଦାଖଲ କରିଛି । ୩ଟି ରେଂଜର ୩ଜଣ ଡିଆଇଜିଙ୍କୁ ନେଇ ହାଇକୋର୍ଟ ଏସଆଇଟି ଗଠନ କରି ଏହାର ତଦନ୍ତ ଦାୟୀତ୍ୱ ଦେଇଥିଲେ । ଏସଆଇଟି ତାର ପ୍ରଥମ ଦଫା ତଦନ୍ତ ରିପୋର୍ଟ ଆଜି ହାଇକୋର୍ଟରେ ଦାଖଲ କରିବା ପରେ ଚୁଡାନ୍ତ ପର୍ଯ୍ୟୟ ରିପୋର୍ଟ ପାଇଁ ଆଉ ୭ ଦିନ ସମୟ ମାଗିଛି । ହାଇକୋର୍ଟ ଏଥିପାଇଁ ଏସଆଇଟିକୁ ଆସନ୍ତା ୨୩ ତାରିଖ ପର୍ଯ୍ୟନ୍ତ ସମୟ ମଧ୍ୟ ଦେଇଛି । ଏସଆଇଟି ତାର ପ୍ରଥମ ରିପୋର୍ଟ ଆଜି ଏକ ମୁଦା ଲଫାପାରେ ହାଇକୋର୍ଟରେ ଦାଖଲ କରିଛି ।

Share

Leave a Reply

Your email address will not be published. Required fields are marked *

3 + 14 =