ଆଜିଠାରୁ ଅଫଲାଇନରେ ଆରମ୍ଭ ହେଲା ଟିକେଟ ବିକ୍ରି

କଟକ () ୨୨ରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ପାଇଁ ଆଜିଠୁ ଅଫଲାଇନ ଟିକଟ ବିକ୍ରି ହେବ । ଆଜି ଓ କାଲି ୨ ଦିନ ଓସିଏ ସମ୍ମିଳନୀ କକ୍ଷରେ ଅନୁବନ୍ଧିତ ସ୍କୁଲ, କଲେଜ, କ୍ଲବକୁ ଟିକଟ ବିକ୍ରି କରାଯିବ । ସକାଳ ୧୦ଟାରୁ ୫ଟା ଯାଏ ଟିକଟ ବିକ୍ରି ଚାଲିବ । ଏମାନଙ୍କ ପାଇଁ ୮,୯୪୬ ଟିକଟ୍ ବିକ୍ରି ପାଇଁ ଧାର୍ୟ୍ୟ କରାଯାଇଛି । ଏଠାରୁ ଯେଉଁ ଟିକଟ୍ ବଳିଯିବ ତାହା କାଉଣ୍ଟର୍ ବିକ୍ରି ପାଇଁ ଚାଲିଯିବ ।

୧୯ ଓ ୨୦ରେ ୧୨ଟି କାଉଣ୍ଟରରେ ସାଧାରଣ ଦର୍ଶକଙ୍କ ପାଇଁ ଟିକଟ୍ ବିକ୍ରି ହେବ। ଟିକଟ୍ ବିକ୍ରି ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି । କେବଳ ଟିକଟ୍ କିଣିବାକୁ ଯାଉଥିବା ବ୍ୟକ୍ତିଙ୍କୁ ହଲ୍ ଭିତରକୁ ଛଡ଼ାଯିବ । ଅନଲାଇନରେ ୮,୧୫୦ ଟିକଟ୍ ବିକ୍ରି ହୋଇସାରିଥିବାବେଳେ କାଉଣ୍ଟରରେ ବିକ୍ରି ପାଇଁ ୧୦,୦୫୦ ଟିକଟ୍ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

4 − one =