ନବୀନଙ୍କ ଧର୍ମନିରପେକ୍ଷତାର ମନ୍ତ୍ର କାମ ଦେଇଛି

କନ୍ଧମାଳରେ ଫେରିଛି ଭାଇଚାରା

କନ୍ଧମାଳ () ଜନ୍ମାଷ୍ଟମୀରେ ଉତ୍ସବମୁଖର ହୋଇଛି ରାଜ୍ୟ । ଆଉ ସମ୍ବେଦଶୀଳ କନ୍ଧମାଳ ଜିଲ୍ଲାରେ ବି ଫେରିଛି ଶାନ୍ତି ଓ ସୌହାର୍ଦ୍ଦ୍ୟର ବାତାବରଣ । 2008 ପୂର୍ବରୁ କନ୍ଧମାଳରେ ଯେଉଁ ସାମ୍ପ୍ରଦାୟୀକ ଉତ୍ତେଜନମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା, ସେଭଳି ସ୍ଥିତି ନାହିଁ । ପୁଣି ଥରେ କନ୍ଧମାଳରେ ସୃଷ୍ଟି ହୋଇଛି ଭାଇଚାରା ।

ବିଶ୍ବହିନ୍ଦୁ ପରିଷଦ ନେତା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀଙ୍କ ହତ୍ୟା ପରେ 2008ରୁ କନ୍ଧମାଳରେ ସୃଷ୍ଟି ହୋଇଥିବା ସାଂପ୍ରଦାୟୀକ ଉତ୍ତେଜନାମୂଳକ ସ୍ଥିତିରେ ସୁଧାର ଆସିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଧର୍ମନିରପେକ୍ଷତାର ମନ୍ତ୍ର କାମ ଦେଇଛି । ହିନ୍ଦୁ ଓ ଖ୍ରୀଷ୍ଟିଆନ ଏକ ହୋଇଛନ୍ତି । ତଥାପି ସୁରକ୍ଷା ଦୃଷ୍ଟିକୋଣରୁ କନ୍ଧମାଳ ଜିଲ୍ଲାରେ ଅତିରିକ୍ତ ସିଆରପିଏଫ ମୁତ୍ତୟନ ସହ ଠାଏ ଠାଏ ଯାଞ୍ଚ ପ୍ରକ୍ରିୟାକୁ କଡାକଡି କରାଯାଇଛି ।

2007 ଡିସେମ୍ବର 24 ତାରିଖ ଅର୍ଥା ବଡଦିନ ପୂର୍ବ ରାତିରେ ସ୍ବାମୀ ଲକ୍ଷ୍ମଣାନନ୍ଦଙ୍କ ଉପରେ ଆକ୍ରମଣ ହୋଇଥିଲା । ପରବର୍ତ୍ତି ସମୟରେ 2008 ଅଗଷ୍ଟ 23 ତାରିଖ ଅର୍ଥାତ ଜନ୍ମଷ୍ଟମୀ ରାତିରେ ସ୍ବାମୀ ଲକ୍ଷ୍ଣଣାନନ୍ଦଙ୍କ ଉପରେ ଆକ୍ରମଣ ହୋଇଥିଲେ, ଯେଉଁଥିରେ ସେ ମୃତ୍ୟୁବରଣ କରିଥିଲେ । ଯାହାକୁ ନେଇ କନ୍ଧମାଳରେ ସାମ୍ପ୍ରଦାୟୀକ ଦଙ୍ଗାର ନିଆଁ ଜଳିଥିଲେ । ଦଙ୍ଗାରେ ବହୁ ଲୋକ ମୃତ୍ୟୁବରଣ କଲେ, ଘରଦ୍ବାର ହରାଇ ବାସହୀନ ହେଲେ । ଏସବୁ ଦେଖି ମୁଖ୍ୟମନ୍ତ୍ରୀ ସାଂପ୍ରଦାୟୀକ ଦଳ ଭାବେ ପରିଚିତ ବିଜେପିଠାରୁ ନିଜର ରାଜନୈତିକ ସଂପର୍କ ଛିନ୍ନ କଲେ ।

ଧିରେ ଧିରେ ରାଜନୈତିକ ଓ ପ୍ରଶାସନିକ ହସ୍ତକ୍ଷେପ ଫଳରେ ଜିଲ୍ଲାରେ ପୁଣି ଥରେ ଶାନ୍ତି ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବାରଣ ଫେରିଛି । ଗତ କିଛି ବର୍ଷ ହେଲେ ଜିଲ୍ଲାରେ ଆଉ ଗୋଟିଏ ହେଲେ ସାଂପ୍ରଦାୟିକ ଉତ୍ତେଜନାମୂଳକ ସ୍ଥିତି ଉପୁଜିନାହିଁ । ଏପରିକି ଉଭୟ ସଂପ୍ରଦାୟର ଉତ୍ତେଜନା ସୃଷ୍ଟିକାରୀ ତତ୍ବଙ୍କୁ ଜବତ କରାଯାଇଛି । ବେଆଇନ ଓ ବଳପୂର୍ବକ ଧର୍ମାନ୍ତରିକରଣ ବିରୋଧରେ କାର୍ଯ୍ୟାନୁଷ୍ଠାନ ସହ ଅନୁନ୍ନତ ଅନୁସୂଚିତ ଜାତି ଓ ଜନଜାତି ବହୁଳ ଜିଲ୍ଲାରେ ଶିକ୍ଷା, ସ୍ବାସ୍ଥ୍ୟ ଓ ଜୀବନଜୀବିକାର ମାନରେ ସୁଧାର ଅଣାଯାଇଛି । ସାଧାରଣ ଲୋକଙ୍କ ପାଖରେ ପ୍ରଶାସନ ପହଁଚିଛି । ଆଜି କନ୍ଧମାଳରେ ସରକାର ଲୋକଙ୍କ ଆସ୍ଥାଭାଜନ ହେବା ସହ ସେମାନଙ୍କ ସୁଖଦୁଃଖର ସାଥୀ ହୋଇଛି । ଏସବୁର ସକରାତ୍ମକ ପ୍ରଭାବ ପଡିଛି ଜିଲ୍ଲାରେ ସାମଗ୍ରୀକ ବାତାବରଣ ଉପରେ ।

ପବିତ୍ର ଜନ୍ମଷ୍ଟାମୀ ଅବସରରେ ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଅଭିନନ୍ଦନ ଜଣାଇବା ସହ ଭବଗାନ ଶ୍ରୀକୃଷ୍ଣଙ୍କ ନିକଟରେ ରାଜ୍ୟର ଶୁଖ, ଶାନ୍ତି କାମନା କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

two + seven =