ଛାତ୍ରଛାତ୍ରୀଙ୍କ ଲାଖି ଖୁସି ଖବର, ୨୧ରୁ ଖୋଲିବ ସ୍କୁଲ

ନୂଆଦିଲ୍ଲୀ()  କେନ୍ଦ୍ର ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ଦେଶରେ ୨୧ ସେପ୍ଟେମ୍ବରରୁ ସ୍କୁଲ ଖୋଲିବ । କେବଳ ୯ମ, ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ସ୍କୁଲ ଖୋଲିବ । ଏନେଇ ଏସଓପି ମଧ୍ୟ ଜାରି କରାଯାଇଛି । କରୋନା ଗାଇଡ଼ ଲାଇନ ଅନୁସାରେ ମାସ୍କ ପିନ୍ଧିବା ସହ ହାତ ଧୋଇବା ବାଧ୍ୟତାମୂଳକ କରାଯାଇଛି । ସ୍କୁଲରେ ସାମାଜିକ ଦୂରତା ମଧ୍ୟ ପାଳନ କରାଯିବ । ଯେଉଁମାନେ ଏହାକୁ ନମାନିବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଏହାସହ ସ୍କୁଲରେ କୌଣସି ପ୍ରକାରର ସମାରୋହ, କ୍ରୀଡ଼ା ପ୍ରତିଯୋଗିତାକୁ ଅନୁମତି ମିଳିବ ନାହିଁ । କେବଳ କଣ୍ଟେନମେଣ୍ଟ ଜୋନ ବାହାରେ ଥିବା ସ୍କୁଲ ଖୋଲିବ । ଏହାସହ କଣ୍ଟେନମେଣ୍ଟ ଜୋନ ଭିତରେ ଥିବା ଶିକ୍ଷକ ଓ ଶିକ୍ଷୟତ୍ରୀ ସ୍କୁଲ ଆସି ପାରିବେ ନାହିଁ । ଉଲ୍ଲେଖଯୋଗ୍ୟ ଯେ ଓଡ଼ିଶାରେ ପୂଜା ଛୁଟି ଯାଏଁ ସ୍କୁଲ ଓ କଲେଜ ଆଦି ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

fifteen − thirteen =