ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଟୀକାର ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ସ୍ଥଗିତ

ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଟୀକାର ତୃତୀୟ ପର୍ୟ୍ୟାୟ ପରୀକ୍ଷଣ ସମୟରେ ପାଶ୍ୱର୍ ପ୍ରତିକ୍ରିୟା ଦେଖା ଯିବା ପରେ ଏହାର ପରୀକ୍ଷଣକୁ ସାମୟିକ ସ୍ଥଗିତ ରଖାଯାଇଛି । ଟୀକା ନେବା ପରେ ବ୍ରିଟେନରେ ଜଣେ ବ୍ୟକ୍ତି ଅସୁସ୍ଥ ହେବା ପରେ ଟୀକା ପରୀକ୍ଷଣ ଉପରେ ସାମୟିକ ରୋକ୍ ଲାଗିଛି । ବର୍ତମାନ ଏହି ଟୀକାର ଆଗାମୀ ପରୀକ୍ଷଣକୁ ନେଇ ବର୍ତମାନ ଦେଖା ଦେଇଛି ସନ୍ଦେହ । ଆମେରିକା, ବ୍ରିଟେନ୍ ରେ ଏହି ଟୀକାର ପରୀକ୍ଷଣ ସମୟରେ ଶରୀର ପ୍ରତି ଘାତକ ହେବା ପରେ କିଛି ପ୍ରତିକ୍ରିୟା ନଜର ଆସିଛି । ଅକ୍ସଫୋର୍ଡ ୟୁନିଭର୍ସିଟି ଏବଂ ଏଷ୍ଟ୍ରାଜେନେକ୍ ମିଳିତ ଭାବେ ଏହି ଟୀକାର ବିକାଶ କରୁଛନ୍ତି ।

ତେବେ ବର୍ତମାନ ସୁଦ୍ଧା ଟୀକାକୁ ନେଇ କଣ ସୁରକ୍ଷା ସମ୍ପର୍କରେ କଣ ରହିଥିଲା ମାପଦଣ୍ଡ ଓ କଣ ପ୍ରତିକ୍ରିୟା ସାମ୍ନାକୁ ଆସିଛି ତାହା ପୁରା ଜଣାପଡିନାହିଁ । ଏପରି ଘଟଣା ପରେ ବିଶ୍ୱରେ ଟୀକା ପ୍ରସ୍ତୁତି କାମ ଯେଉଁ ଦ୍ରୁତ ଗତିରେ ଚାଲୁଥିଲା ତାହା ପ୍ରଭାବିତ ହେବା ଆଶଙ୍କା ବି ଦେଖା ଦେଇଛି ।

Share

Leave a Reply

Your email address will not be published. Required fields are marked *

17 − 6 =