ରାଜନୀତି କିଭଳି କରାଯାଏ ନବୀନଙ୍କ ଠାରୁ ଶିଖ : ଅଳକା

୧୧୨ ବିଧାନସଭା ଓ ୧୨ ଲୋକସଭା ଆସନରେ ବିଜୟୀ ହୋଇ ନବୀନ ନିଜର ଦୃଢ ନେତୃତ୍ୱର ପ୍ରମାଣ ଦେଇଛନ୍ତି । ୫ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି ନବୀନ। ନବୀନଙ୍କ ଏହି ବିଜୟ ପାଇଁ ଏବେ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟୁଛି । ଏହି ଭିତରେ ଆପ୍ ନେତ୍ରୀ ଅଳକା ଲାମ୍ବା ।ନବୀନଙ୍କ ପ୍ରଂଶସା କରି କହିଛନ୍ତି ।

୧୯ ବର୍ଷ ଶାସନ କ୍ଷମତାରେ ରହିବା ପରେ ମଧ୍ୟ କିଭଳି ଜନତା ନବୀନଙ୍କ ଉପରୁ ଆସ୍ଥା ତୁଟାଇ ନାହାନ୍ତି । ନବୀନ କେବଳ ନିଜ ରାଜ୍ୟର ବିକାଶ ଉପରେ ଫୋକସ କରିଥାନ୍ତି । ଦେଶର ଅନ୍ୟ ଆଞ୍ଚଳିକ ଦଳ ମହାଗଠବନ୍ଧନ ମାୟାରେ ପଡିଥିବା ବେଳେ ନବୀନ ଅନୁଭବୀ ନେତା ଭାବେ ଏହି ମାୟାଜାଲରୁ ନିଜକୁ ଦୂରେଇ ରଖିଥିଲେ । ଆଉ ରାଜ୍ୟର ବିକାଶକୁ ଅଧିକ ଗୁରୁତ୍ୱ ଦେଇଥିଲେ । ଯେତେବେଳେ ଦେଶର ଅଧିକାଂଶ ଦଳ ଏନଡିଏ ସରକାରକୁ ବିରୋଧ କରି ଫେଡରାଲ ଫ୍ରଣ୍ଟ ଗଠନ କରିବାକୁ ଏକାଠି ହୋଇଥିଲେ ସେତେବେଳେ ନବୀନ ଏଥିରୁ ଦୂରେଇ ରହିଥିଲେ । ଉଭୟ କଂଗ୍ରେସ ଓ ବିଜେପି ଠାରୁ ସମଦୂରତ୍ୱ ରକ୍ଷା କରିବା ସହ ଜାତୀୟ ରାଜନୀତିରେ ଫୋକସରେ ରହି ଆସିଛନ୍ତି ନବୀନ ।

ଆଉ ନବୀନଙ୍କ ଏଭଳି ରାଜନୈତିକ ବିଚକ୍ଷଣତା ମୋତେ ବେଶ ପ୍ରଭାବିତ କରିଛି । ଆପ୍ ନେତୃତ୍ୱକୁ କଟାକ୍ଷ ଛଳରେ ଅଳକା କହିଛନ୍ତି, ନବୀନ ଯେଉଁଭଳି ସଫଳତା ପାଇ ଚାଲିଛନ୍ତି ତାହାର ଉଦାହରଣ ଦଳ ମଧ୍ୟରେ ଅନେକ ଥର ରଖିଛି । ଗୋଟିଏ ରାଜ୍ୟ ଉପରେ ଫୋକସ କରି ନବୀନ ଯେଉଁଭଳି ସଫଳତା ପାଇଛନ୍ତି ତାହା ଦଳର ନେତାଙ୍କୁ ଅନେକ ଥର କହିଛି । କିନ୍ତୁ ମୋ କଥା କିଏ ଶୁଣିଲେ ସିନା ହେବ । ଏଭଳି କହି ଆପ୍ ନେତୃତ୍ୱକୁ ତେରଛା ବାଣ ମାରିଛନ୍ତି ଅଳକା ।

Share

Leave a Reply

Your email address will not be published. Required fields are marked *

nineteen + ten =