ଶୀତରେ ଥରୁଛି ସାରା ଓଡ଼ିଶା

ସାରା ରାଜ୍ୟରେ ଶୀତ ଲହରୀ । ଘନ କୁହୁଡ଼ି ସାଙ୍ଗକୁ ଜାଡ଼ରେ ଅସ୍ତବ୍ୟସ୍ତ ଜନଜୀବନ । ଉପକୂଳ ଓ ଅଭ୍ୟନ୍ତରୀଣ ଓଡ଼ିଶାରେ ଶୀତର ପ୍ରକୋପ ଅଧିକ ରହିଛି । ରାତିରେ ବିଭିନ୍ନ ସ୍ଥାନରେ ତାପମାତ୍ରା ଖସୁଛି । ପ୍ରବଳ ଶୀତରୁ ରକ୍ଷା ପାଇବା ପାଇବା ପାଇଁ ଲୋକେ ନିଆ ପୁଉଁଛନ୍ତି । କୁହୁଡ଼ି ଲାଗି ରହୁଥିବାରୁ ସକାଳେ ଯାନବାହନ ଚଳାଚଳରେ ସମସ୍ୟା ସୃଷ୍ଟି ହେଉଛି । ବିଶେଷକରି କନ୍ଧମାଳ ଓ ଫୁଲବାଣୀରେ ଶୀତର ପ୍ରକୋପ ଦିନକୁ ଦିନ ବୃଦ୍ଧି ପାଉଛି । ଫଳରେ ଲୋକମାନେ ନାହିଁନଥିବା ଅସୁବିଧାରେ ପଡୁଛନ୍ତି।
ଅସହ୍ୟ ଥଣ୍ଡା ସାଙ୍ଗକୁ ହାଡ ଭଙ୍ଗା ଶୀତ। ଦାରିଙ୍ଗବାଡିରେ ତାପମାତ୍ରା ଖସି ୬ ଡିଗ୍ରୀ ଓ ଫୁଲବାଣୀରେ ୭ ଡିଗ୍ରୀରେ ପହଞ୍ଚିଛି। ସକାଳ ୯ଟା ପୂର୍ବରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ପ୍ରବଳ ଶୀତରେ ସମ୍ବଲପୁରରେ ମଧ୍ୟ ଜନଜୀବନ ଅସ୍ତବ୍ୟସ୍ତ । ଶୀତରୁ ରକ୍ଷା ପାଇବା ପାଇଁ ସ୍ଥାନେ ସ୍ଥାନେ ନିଆଁ ପୁଉଁଛନ୍ତି ଲୋକେ । ରାତି ୮ଟା ପରେ ବାଜର ସବୁ ଶୂନଶାନ୍ ହୋଇପଡୁଛି ।

Share

Leave a Reply

Your email address will not be published. Required fields are marked *

9 + 19 =