ସାମ୍ବାଦିକତାରେ ପ୍ରତିଫଳିତ ହେଉ ସାମାଜିକ ପ୍ରତିବଦ୍ଧତା: ସ୍ୱାସ୍ଥ୍ୟମନ୍ତ୍ରୀ

ସମ୍ବଲପୁର: ଓଡିଶା ସାମ୍ବାଦିକ ୟୂନିଅନ (ଓୟୂଜେ)ର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉତ୍ସବ ସ୍ଥାନୀୟ ତପସ୍ୱିନୀ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନବ କିଶୋର ଦାସ ମୂଖ୍ୟ ଅତିଥି ଭାବେ ଯୋଗ ଦେଇ ସାମାଜିକ ଜଟିଳ ପରିସ୍ଥିତିରେ ସାମ୍ବାଦିକ ପ୍ରତିବଦ୍ଧତା ରହିଲେ ସୁସମାଜ ପ୍ରତିଷ୍ଠା ହୋଇ ପାରିବେ ବୋଲି ଗୁରୁତ୍ୱାରୋପ କରିଥିଲେ । ଏଥିସହ ସାମ୍ବାଦିକଙ୍କ ଦାବୀକୁ ସମର୍ଥନ ଜଣାଇ ପେନସନ ଓ ବୀମା ଅର୍ଥ ଦୁଇ ଲକ୍ଷରର ପାଂଚ ଲକ୍ଷକୁ ବୃଦ୍ଧି କରିବା ଦାବିକୁ ମାନ୍ୟବର ମୂଖ୍ୟମନ୍ତ୍ରୀଙ୍କ ଠାରେ ଦୃଷ୍ଟି ଆକର୍ଷଣ କରି ସମାଧାନ କରିବାକୁ ପ୍ରକାଶ କରିଥିଲେ ।
ଓୟୂଜେ ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାଏକ ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସାମ୍ବଦିକଙ୍କ ପ୍ରସଙ୍ଗକୁ ସମର୍ଥନ ଜଣାଇ ସରକାରଙ୍କ ଠାରେ ଉପସ୍ଥାପନ କରିବାକୁ ପ୍ରକାଶ କରିଥିଲେ ।
ସଭାରେ ବରିଷ୍ଠ ସମା୍‌ବଦିକ ଅର୍ଜୁନ ରଂଜନ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗ ଦେଇ ସମ୍ବଲପୁର ଜିଲା ସମ୍ବାଦିକ ୟୂନିଅନର ସ୍ୱତନ୍ତ୍ର ପରିଚୟ ରହିବା ସହ ସଂଗଠନର ୫୦ବର୍ଷ ସଂକ୍ରାନ୍ତରେ ଆଲୋକପାତ କରିଥିଲେ । ରାଜ୍ୟ ସାଧାରଣ ସମ୍ପାଦକ ଅଶୋକ ନନ୍ଦ ସଂଗଠନ ସମ୍ବନ୍ଧରେ ଆଲୋକପାତ କରିବା ସହ ସମ୍ବଲପୁର ଠାରୁ ଆରମ୍ଭ ହୋଇଥିବା ଏହି ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଗାମୀ ଦିନରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ କରିବାକୁ ରହିଥିବା ବେଳେ ଭୂବନେଶ୍ୱରରେ ଏହାର ଉଦଯାପନୀ ଉତ୍ସବ କରିବାକୁ ସୂଚନା ପ୍ରଦାନ କରିଥିଲେ ।

ରାଜ୍ୟ ସଭାପତି ପ୍ରସନ୍ନ ମହାନ୍ତି ସାମ୍ବାଦିକଙ୍କ ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିବା ସହ ସାମ୍ବଦିକଙ୍କ ସ୍ୱାସ୍ଥ୍ୟବୀମା ଦୁଇ ଲକ୍ଷରୁ ୫ଲକ୍ଷକୁ ବୃଦ୍ଧି , ଅବସରପ୍ରାପ୍ତ ସାମ୍ବାଦିକଙ୍କୁ ପେନସନ ବ୍ୟବସ୍ଥା କରିବା, ରାଜ୍ୟରେ ସାମ୍ବାଦିକ ସୁରକ୍ଷା ଆଇନ କାର୍ଯ୍ୟକାରୀ କରିବା ଉପରେ ଦାବି କରିଥିଲେ । ଓୟୂଜେର ୫୦ବର୍ଷ ର ଗୌରବମୟ ଇତିହାସ ଉପରେ ଆଲୋକପାତ କରିଥିଲେ ।
ସଭାର ପ୍ରଥମ ପର୍ଯ୍ୟାୟରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ସାମାଜିକ ସୂରକ୍ଷାନେଇ ବିଭିନ୍ନ ପ୍ରସ୍ତାବ ଗ୍ରହଣ କରିଥିଲେ । ସମ୍ବଲପୁରର କଳା,ସଂସ୍କୃତି ,ପ୍ରତିଭା ପ୍ରତିପାଦନ କରିବାରେ ଦୂରଦର୍ଶନ କେନ୍ଦ୍ରର ସ୍ୱତନ୍ତ୍ରତା ରହିଛି । ମାତ୍ର ଏହାକୁ ବନ୍ଦ କରିବା ଉଦ୍ୟମକୁ ନିନ୍ଦା କରି ପୂର୍ଣ୍ଣକ୍ଷମ କରିବାକୁ ଦାବି କରାଯାଇଥିଲା । ଏଥିସହ ପଶ୍ଚିମ ଓଡିଶା ଗାନ୍ଧୀ ତଥା ସାମ୍ବାଦିକ ସ୍ୱର୍ଗତ ନୃସିଂହ ଗୁରୁଙ୍କ ଜୟନ୍ତୀ ରାଜ୍ୟ ସରକାର ପାଳନ କରିବାକୁ ପ୍ରସ୍ତାବ ଗୃହିତ ହୋଇଥିଲା । ଏହି ଅବସରରେ ସୁବର୍ଣ୍ଣ ଜୟନ୍ତୀ ସମାରୋହରେ ସାମ୍ବଦିକତା କ୍ଷେତ୍ରରେ ଉଲେଖନୀୟ କାର୍ଯ୍ୟ ଓ ସାମାଜିକ କାମ ସକାଶେ ସ୍ୱର୍ଗତ ଭାଗବତ ପ୍ରସାଦ ନନ୍ଦ, ସ୍ୱର୍ଗତ ରତନ ପାଣି , ସ୍ୱର୍ଗତ ତାରାକାନ୍ତ ଗୁରୁ , ସ୍ୱର୍ଗତ ଅଜିତ ନାଏକ ଏବଂ ବର୍ଷିୟାନ ସାମ୍ବାଦିକ ତଥା ୟନୂିଅନର ବରିଷ୍ଠ ସଦସ୍ୟ ଅର୍ଜୁନ ପଣ୍ଡା ,ଦେବଦତ ପଣ୍ଡା , ଜଗତ ପ୍ରସାଦ ଦାସ , ମନୋରଂଜନ ପଟ୍ଟନାୟକ ,ଅରୁଣ ବେହେରା, ଶୀବ ମେହେରଙ୍କୁ ଉତ୍ସବରେ ସମ୍ବର୍ଦ୍ଧିତ କରାଯାଇଥିଲା ସଭାରେ ସମ୍ବାଲପୁର ଜିଲା ସାମ୍ବାଦିକ ୟୂନିଅନ ସଭାପତି ପ୍ରଭାତ ବେହେରା କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ । ଜିଲା ସମ୍ପାଦକ ପ୍ରଦୀପ ମିଶ୍ର ସ୍ୱାଗତ ଭାଷଣ ଦେଇଥିଲେ ଓ ସାଧାରଣ ସମ୍ପାଦକ ରାଜେଶ ବିଭାର ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବରେ ରାଜ୍ୟର ସମସ୍ତ ଜିଲାର ପଦାଧିକାରୀ ମାନେ ଯୋଗ ଦେଇ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଅକ୍ଷୟ ସାହୁ,ଉପନ ସାହୁ, କିଶାନ ରାଉତ, ଇଙ୍ଗିତ ପଣ୍ଡା,ରବିନ୍ଦ୍ର ମିଶ୍ର, ଅମୂଲ୍ୟ ସ୍ୱାଇଁ , ପ୍ରାମୋଦ ସାମନ୍ତରାୟ, ଚନ୍ମୟ ସ୍ୱାଇଁ , ଆଚାର୍ଯ୍ୟ ବିଶ୍ୱରଂଜନ, ସଚିକାନ୍ତ ସାହୁ, ରାଜେନ୍ଦ୍ର ନାଏକ, ମନୋଜ ରାଜ, ଜୟନ୍ତ ଖଡିରତ୍ନ, ଗଗନ ଶର୍ମା, ହେମନ୍ତ ରାଉତ, ରମାକାନ୍ତ ମହାନନ୍ଦ, କନ୍ଦର୍ପ ବେହେରା, ଦିନେଶ ମହାନା, ରାଧେଶ୍ୟାମ ପଣ୍ଡା, ସନ୍ତୋଷ ପଟେଲ ସମେତ ବିଭିନ୍ନ ପ୍ରାପ୍ତର ବହୁ ସଦସ୍ୟ,ସଦସ୍ୟା ଯୋଗ ଦେଇଥିଲେ । ଉତ୍ସବରେ ସହରର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ପ୍ରାରମ୍ଭରେ କରୋନାରେ ଅକାଳ ବିୟୋଗ ଘଟିଥିବା ଓ ପୂର୍ବଜଙ୍କ ସ୍ମୃତି କରି ଏକ ମିନିଟ ନିରବ ପ୍ରାର୍ଥନା କରିଥିଲେ । ପୂର୍ବାହ୍ନରେ ମନ୍ଦଲିଆ ଠାରେଥିବ ନୃସିଂହ ଗୁରୁ ପାର୍କ ଠାରେ ଥିବା ତାଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ ।

Share

Leave a Reply

Your email address will not be published. Required fields are marked *

4 + seventeen =