ସାଲିଆ ସାହି ବସ୍ତି ହେବ ଉଚ୍ଛେଦ

ଭୁବନେଶ୍ୱର() ସାଲିଆ ସାହି ବସ୍ତି ଉଛେଦ ପାଇଁ ଅଣ୍ଟା ଭିଡିଛି ଭୁବନେଶ୍ବର ମ୍ୟୁନିସିପାଲିଟି କର୍ପୋରେସନ । ତେବେ ସାଲିଆ ସାହି ଭିତର ଦେଇ ତିନୋଟି ପ୍ରଶସ୍ତ ରାସ୍ତା ମୁଖ୍ୟ ରାସ୍ତାକୁ ଯୋଡିବ । ଗୋଟିଏ ଦୁଇଶହ ଫୁଟ୍ ର ରାସ୍ତା ନୟାପଲ୍ଲୀ ରୋଡ୍ ରୁ ବାହାରି ନାଲକୋ ଛକରେ ବାହାରିବ । ଅନ୍ୟ ଦୁଇଟି ଶହେ ଫୁଟିଆ ରୋଡ୍ ମଧ୍ୟ ବସ୍ତି ଭିତରେ ଯିବା ଯୋଜନା ରହିଛି । ତେଣୁ ସାଲିଆ ସାହିରେ ଜବରଦଖଲ ଉଚ୍ଛେଦ ନେଇ ଦୁଇ ଦିନ ତଳେ ବିଏମସି ପକ୍ଷରୁ ମାଇକ ଯୋଗେ ଘୋଷଣା ବି କରାଯାଇଥିଲା ।

ହେଲେ ଏହାକୁ ବିରୋଧ କରିବା ଲାଗି ଏକାଠି ହୋଇଛନ୍ତି ହଜାର ହଜାର ବସ୍ତି ବାସିନ୍ଦା । ବିଦ୍ୟୁତ ସରବରାହ କାଟିବା ବେଳେ ଉତ୍ତେଜନା ପ୍ରକାଶ ପାଇଛି । ବିଦ୍ୟୁତ କର୍ମଚାରୀଙ୍କୁ ପ୍ରତିବାଦ କରିବା ସହ ସିଡି ଭାଙ୍ଗି ଦେଇଛନ୍ତି ଉତ୍ତ୍ୟକ୍ତ ଲୋକେ । ସାଲିଆ ସାହି ବସ୍ତି ବାସିନ୍ଦା କହିଛନ୍ତି ମରିବୁ ପଛେ ଜାଗା ଛାଡ଼ିବୁ ନାହିଁ । ଉଚ୍ଛେଦ କଲେ ଗୋଟିଏ ପରିବାରକୁ ୬ଶହ ବର୍ଗଫୁଟ୍ ଜାଗା ଯେଗାଇଦେବାକୁ ଦାବି ରଖିଛନ୍ତି ବସ୍ତି ବାସିନ୍ଦା ।

Share

Leave a Reply

Your email address will not be published. Required fields are marked *

four − 3 =