ସ୍ୱାଧୀନତା ସଂଗ୍ରାମୀଙ୍କ ବଳିଦାନ ବ୍ୟର୍ଥ ଯିବନି

ଭୁବନେଶ୍ୱର () : ଦେଶ ସ୍ୱାଧୀନତାରେ ଲୋଭ, ମୋହ, ମାୟାକୁ ତ୍ୟାଗ କରି ସଂଗ୍ରାମର ନିଆଁରେ ଝାସ ଦେଇଥିବା ସଂଗ୍ରାମୀଙ୍କ ବଳିଦାନ ବ୍ୟର୍ଥ ଯିବନାହିଁ । ସଂଗ୍ରାମୀଙ୍କ ସେହି ବଳିଦାନ ଆଜି ଯୁବପୀଢ଼ିଙ୍କ ପାଇଁ ଏକ ମାର୍ଗଦର୍ଶକ ସଦୃଶ । ତାହାହିଁ ଆଗାମୀ ଦିନର ସମାଜକୁ ଉଦବୃଦ୍ଧ କରିବ । ସ୍ୱାଧୀନତାରେ ଆନ୍ଦୋଳନର ସେହି ବଳିଦାନକୁ ମନେପକେଇବାକୁ ଆଜି ଭୁବନେଶ୍ୱର ସ୍ଥିତ ସ୍ବାଧୀନତା ସଂଗ୍ରାମୀ ସଦନରେ ଏକାଠି ହୋଇଥିଲେ ରାଜ୍ୟ ଓ ଦେଶର କୋଣ ଅନୁକୋଣରୁ ଆସିଥିବା ସ୍ୱାଧୀନତା ସଂଗ୍ରାମୀ ଓ ତାଙ୍କ ଦାୟାଦମାନେ।

କଷ୍ଟଲବ୍ଧ ସ୍ୱାଧୀନତାକୁ ହାସଲ କରିବାରେ  ଗାନ୍ଧୀଙ୍କର ଯେଉଁ ମହାନ ଚେଷ୍ଟା ଓ ମୂଲ୍ୟବୋଧକୁ ପର ପିଢି ବୁଝିବାରେ ସହାୟକ ହେବ ସେ ନେଇ ହେଲା ଆଲୋଚନା। ସ୍ୱାଧୀନତା ସଂଗ୍ରାମୀ ସ୍ମାରକୀ ସ୍ତମ୍ଭକୁ ପୂର୍ଣ୍ଣାଙ୍ଗ ହେବା ପରେ ରାଷ୍ଟ୍ରପତିଙ୍କ ଦ୍ବାରା ଲୋକର୍ପଣର ପ୍ରସ୍ତାବ ରଖାଗଲା ଓ ପେନସନ ବୃଦ୍ଧି ନେଇ ଦିଆଗଲା ଲିଖିତ ପତ୍ର।

ସ୍ୱାଧୀନତା ସଂଗ୍ରାମୀମାନଙ୍କର ସମାରୋହ ଉତ୍କଳ କେଶରୀ ଡ଼ ହରେକୃଷ୍ଣ ମହତାବଙ୍କ ମହାପ୍ରାୟଣ ଦିବସର ସ୍ମୃତି ଭାବରେ ପାଳନ କରାଯାଉଛି । ସ୍ୱାଧୀନତା ଆନ୍ଦୋଳନ ରେ ଓଡ଼ିଶାର ଏକ ସ୍ୱତନ୍ତ୍ର ପରିଚୟ ଅଛି । ବୁଧବାର 33 ତମ ସ୍ୱାଧୀନତା ସଂଗ୍ରାମୀ ସମାବେଶ ଅବସରରେ କହିଛନ୍ତି ମୁଖ୍ୟ ଅତିଥି ତଥା ରାଜ୍ୟ ଅର୍ଥମନ୍ତ୍ରୀ ଶଶୀ ଭୂଷଣ ବେହେରା। ସେହି ସଂଗ୍ରାମୀ  ଓ ତାଙ୍କ ଉତ୍ତତର ପୁରୁଷମାନଙ୍କ ପାଇଁ ଏହି ସମାବେଶ ପ୍ରେରଣା ଦାୟକ ହେବ। ଓଡ଼ିଶାର ଇତିହାସ କୁ ଦେଖିଲେ ଜାତୀୟ ଆନ୍ଦୋଳନ ବା ପାଇକ ବିଦ୍ରୋହ ହେଉ ଓଡ଼ିଶାର ଯୋଗଦାନ ସର୍ବଦା ସ୍ମରଣୀୟ।
ସ୍ୱାଧୀନତା ଆନ୍ଦୋଳନରେ ଓଡ଼ିଶାର ଏକ ସ୍ୱତନ୍ତ୍ର ଭୂମିକା ଅଛି ।ଏଭଳି ଏକ ସମାବେଶ ଖାଲି ଇତିହାସ ରୋମନ୍ଥନ କରିବନି ବରଂ ଭବିଷ୍ୟତ ପାଇଁ ପ୍ରେରଣା ଯୋଗାଇବ। ଗାନ୍ଧିବାଦର ପ୍ରକୃତ ମୂଲ୍ୟବୋଧକୁ ନୂଆ ପିଢ଼ି କିପରି ଭାବେ ବୁଝିପାରିବେ ଓ ସେଥିରେ ଆହୁରି ସଂସ୍କାର ଆଣିହେବ ସେ ନେଇ ଏ ସମାବେଶ ସହାୟକ ହେବ।ସ୍ୱାଧୀନତା ସଂଗ୍ରାମୀ ଇତିହାସକୁ ରୋମନ୍ଥନ କରିବାରେ ଏ ସମାବେଶ ସହାୟକ ହେବ ବୋଲି ଅର୍ଥ ମନ୍ତ୍ରୀ କହିଛନ୍ତି।
ରାଜ୍ୟ ସରକାରଙ୍କ ତରଫରୁ ସ୍ୱାଧୀନତା ସଂଗ୍ରାମୀ ସମାବେଶ ଓ ମହାତ୍ମା ଗାନ୍ଧୀ ଙ୍କ 150 ତମ ଜନ୍ମ ଜୟନ୍ତୀ ପାଳନ କରାଯାଉଛି, ସ୍ୱାଧୀନତା ଆନ୍ଦୋଳନ ସମୟରେ ଗାନ୍ଧିଜୀ ଓଡ଼ିଶାର ଯେଉଁ ସବୁ ଜାଗାରେ ଅବସ୍ଥାନ କରିଥିଲେ  ସେହି ଜାଗାକୁ  ପୁଣ୍ୟ କ୍ଷେତ୍ରରେ ପରିଣତ କରାଯିବା ନେଇ ପ୍ରସ୍ତାବ ରଖାଯାଇଛି । ଯୁବପିଢିଙ୍କୁ ଗାନ୍ଧୀ ବାଦ ବିଷୟରେ ଅବଗତ କରାଯିବ ବୋଲି ରାଜ୍ୟରେ ମହାତ୍ମା ଗାନ୍ଧୀ ଜନ୍ମ ଜୟନ୍ତୀ ପାଳନ କମିଟି ର ସଭ୍ୟ ତଥା ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି।
ଆଜକୁ 33 ବର୍ଷ ହେଲା ହୋଇଆସୁଛି ଏହି ସ୍ୱାଧୀନତା ସଂଗ୍ରାମୀ ସମାବେଶ, ଉତ୍କଳ କେଶରୀ ହରେକୃଷ୍ଣ ମହତାବଙ୍କ ମହାପରାୟନ ତିଥିରେ ସ୍ୱାଧୀନତା ସଂଗ୍ରାମୀ ମହୋତ୍ସବକୁ ପାଳନ କରୁଥିବା କହିଛନ୍ତି କେନ୍ଦ୍ରାପଡା ସ୍ୱାଧୀନତା ସଂଗ୍ରାମୀ ସଂଘର ସଭାପତି ନକୁଳ ଚରଣ ଦାସ। ଦେଶରୁ ସମସ୍ତ ସ୍ୱାଧୀନତା ସଂଗ୍ରାମୀ ଓ ତାଙ୍କ ଉତର ପୁରୁଷମାନେ ସମାବେଶରେ ଯୋଗ ଦେଇଛନ୍ତି। ସ୍ୱାଧୀନ ତା ସଂଗ୍ରାମୀମାନେ କିଭଳି ଭାବରେ ଅବହେଳିତ ହୋଇ ରହିଛନ୍ତି ତାହା ସରକାର ଜାଣିବା ଦରକାର। କଣ ପାଇଁ ଏତେ ଅବହେଳା କରାଯାଉଛି ବୋଲି ସେ ପ୍ରଶ୍ନ କରିଥିଲେ। ପେନସନ କୁ 15 ହଜାର ଟଙ୍କା କରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟର ଏକ  ଲିଖିତ ପତ୍ର ମନ୍ତ୍ରୀଙ୍କୁ ହସ୍ତାନ୍ତର କରିଛୁ ବୋଲି ସ୍ୱାଧୀନତା ସଂଗ୍ରାମୀ ନକୁଳ ଦାସ କହିଛନ୍ତି।
Share

Leave a Reply

Your email address will not be published. Required fields are marked *

6 + 14 =