ନିର୍ବାଚନ ପୂର୍ବରୁ ନବୀନଙ୍କ ଆଶୀର୍ବାଦ ନେଲେ ରୁଦ୍ର

ଭୁବନେଶ୍ୱର: ପିପିଲି ପ୍ରଚାର ମଇଦାନକୁ ଓହ୍ଲାଇବା ପୂର୍ବରୁ ନବୀନ ନିବାସକୁ ଯାଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ନେଇଛନ୍ତି ରୁଦ୍ର ମହାରଥୀ ।ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ସହ ଆନୁଷ୍ଠାନିକ ଭାବେ ଦଳୀୟ ପ୍ରାର୍ଥାୀ ଭାବେ ଟିକେଟ ଗ୍ରହଣ କରିଛନ୍ତି ପ୍ରାର୍ଥୀ ରୁଦ୍ର ।

ପ୍ରାର୍ଥୀ ଘୋଷଣା ହେବା ପରେ ଆଜି ପ୍ରଥମଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର ମହାରଥୀ । ଭଉଣୀ ପଲ୍ଲବୀ ଓ ଭିଣୋଇ ଅର୍ଧେନ୍ଦୁଙ୍କ ସହ ଯାଇ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ରୁଦ୍ର । ମୁଖ୍ୟମନ୍ତ୍ରୀଙ୍କୁ ଭେଟିବା ପରେ ଆଗାମୀ ନିର୍ବାଚନରେ ବିଜୟ ପାଇଁ ପାଦ ଛୁଇଁ ଆର୍ଶିବାଦ ନେଇଥିଲେ । ପିପିଲି ଆସନରେ ହେବାକୁ ଥିବା ଉପନିର୍ବାଚନ ପାଇଁ ରୁଦ୍ର ପ୍ରତାପ ମହାରଥୀଙ୍କୁ ବିଜେଡିର ପ୍ରାର୍ଥୀ ଘୋଷଣା କରିଥିଲେ ସୁପ୍ରିମୋ ନବୀନ ପଟ୍ଟନାୟକ । ଆସନ୍ତା ୩୦ ତାରିଖରେ ରୁଦ୍ର ପ୍ରାର୍ଥିପତ୍ର ଦାଖଲ କରିବେ । ଏପ୍ରିଲ ୧୭ ତାରିଖରେ ପିପିିଲି ଆସନରେ ଉପନିର୍ବାଚନ ପାଇଁ ଭୋଟ୍ ଗ୍ରହଣ କରାଯିବ ।

Share

Leave a Reply

Your email address will not be published. Required fields are marked *

13 − 9 =