ଆଲେନ କୋଚିଂ ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି

ଆଲେନ ଇନଷ୍ଟିଚ୍ୟୁଟକୁ ସିଲ୍ କଲା ବିଏମସି । କରୋନା ଟେଷ୍ଟିଂ ପରେ ଆଲେନ ଇନଷ୍ଟିଚ୍ୟୁଟରୁ ୨୦ରୁ ଅଧିକ ପଜିଟିଭ୍ ବାହାରିଥିବା ସୂଚନା ମିଳିଛି । ଏକାଧିକ ପଜିଟିଭ୍ ଚିହ୍ନଟ ହେବାପରେ ଏହି ପଦକ୍ଷେପ ନେଇଛି ବିଏମସି । ପଜିଟିଭ୍ ଚିହ୍ନଟ ହେବା ପରେ ଛାତ୍ରଛାତ୍ରୀ ଓ କର୍ମଚାରୀ ଆଇସୋଲେସନରେ ରହିବାକୁ ପରାମର୍ଶ ଦେଇଛି ବିଏମସି । ତେବେ ଶିକ୍ଷାନୁଷ୍ଠାନ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗିଛି | ଏହା ବ୍ୟତୀତ କୋଚିଂ ସେଣ୍ଟରର ହଷ୍ଟେଲ ଓ ମେସ୍ ମଧ୍ୟକୁ ପ୍ରବେଶ ବାରଣ କରାଯାଇଛି |ତେବେ ଇଷ୍ଟିଚ୍ୟୁଟ ସମ୍ମୁଖରେ ପୋଲିସ ମୁତୟନ କରାଯାଇଛି ।

ସେହିପରି ପୂର୍ବରୁ ଏକ୍ସଆଇଏମବିରୁ ୨୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଶିକ୍ଷାନୁଷ୍ଠାନରୁ ୨୩ ପଜିଟିଭ୍ ଚିହ୍ନଟ ହେବା ପରେ ଏକ୍ସଆଇଏମବିକୁ ସିଲ୍ କରିଥିଲା ଭୁବନେଶ୍ୱର ମହାନଗର ନିଗମ-ବିଏମସି । ଏହାସହ ଏକ୍ସଆଇଏମବିକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲଗାଯାଇଥିଲା ।

Share

Leave a Reply

Your email address will not be published. Required fields are marked *

sixteen − one =