ଭୁବନେଶ୍ୱରରେ ଜୋର ଧରିଛି ପୁନର୍ଗଠନ କାର୍ଯ୍ୟ

ଭୁବନେଶ୍ବର () ସ୍ୱାଭାବିକ ସ୍ଥିତିକୁ ଫେରୁଛି ଭୁବନେଶ୍ୱର । ରାଜ୍ୟର ମୁଖଶାଳା ରାଜଧାନୀବାସୀଙ୍କ ପୁଣି ଥରେ ସ୍ମାର୍ଟ ଭୁବନେଶ୍ୱରର ଅନୁଭୂତି ଦେବାକୁ ଉନ୍ନୟନ କର୍ତ୍ତୃପକ୍ଷ ତତ୍ପର ହୋଇଉଠିଛି । କେଉଁଠି ରାସ୍ତା କଡରେ ଜମା ହୋଇଥିବା ଗଛକୁ କାଟି ସଫା କରାଯାଉଛି ଟ କେଉଁଠି ରିଲିଫ ଯୋଗାଣ ଓ ଆଉ କେଉଁଠି ବିଦ୍ୟୁତ ସେବାର ପୁନର୍ଗଠନରେ ଲାଗିଛନ୍ତି ଯନ୍ତ୍ରୀ ଓ କର୍ମଚାରୀ ।

ବିଏମସି ପକ୍ଷରୁ ଯୁଧ୍ୟକାଳୀନ ଭିତ୍ତିରେ ପୁନର୍ଗଠନ କାର୍ଯ୍ୟକୁ ଆଗେଇ ନିଆଯାଉଛି। ରାସ୍ତାରୁ ଅବରୋଧ ହଟେଇବା ପାଇଁ ୫୫୦ରୁ ଉର୍ଦ୍ଧ୍ବ ଗାଡି ନିୟୋଜିତ ହେଇଛି। ୩୦୦୦ ରୁ ଅଧିକ ସଫେଇ କର୍ମଚାରୀ ସଫେଇ କାର୍ଯ୍ୟରେ ଲାଗିଛନ୍ତି। ୧୪ ଟି ଓଡ୍ରାଫ ଟିମ ବିଭିନ୍ନ ସ୍ଥାନରେ ସଫେଇ କାମରେ ଲାଗିଛନ୍ତି।ବିଗତ ୩ ଦିନ ହେଲା ରିଲିଫ ବଣ୍ଟନ କାର୍ଯ୍ୟ ଜାରି ରହିଛି।ବିଏମସି ଅଞ୍ଚଳରେ ଥିବା ୧ ଲକ୍ଷରୁ ଉର୍ଧ୍ବ ହିତାଧିକାରୀଙ୍କ ମଧ୍ୟରୁ ଏଯାବଦ ୮୦ ହଜାର ହିତାଧିକାରୀ ପରିବାରଙ୍କୁ ରିଲିଫ ବଣ୍ଟନ ସରିଛି। ଶୁକ୍ରବାର ରାତି ସୁଦ୍ଧା ସମସ୍ତ ରିଲିଫ ବଣ୍ଟନ କେନ୍ଦ୍ରରେ ପ୍ରାୟତଃ ରିଲିଫ ବଣ୍ଟନ ସରିଯିବ ବୋଲି ଆଶା କରାଯାଉଛି।

ଆଉ ଯେଉଁ ହିତାଧିକାରୀ ରହିଯିବେ ସେମାନଙ୍କୁ ବିଭିନ୍ନ ଯୋନରେ ରିଲିଫ ବଣ୍ଟାଯିବ। ବିଭିନ୍ନ ୱାର୍ଡରେ ରାସ୍ତା ଅବରୋଧ, ସଫେଇ, ବିଜୁଳି ପୁନଃସ୍ଥାପନ ପ୍ରକ୍ରିୟା ଜାରି ରହିଛି। ଅନେକ ବେସରକାରୀ ଅନୁଷ୍ଠାନ ସ୍ୱେଚ୍ଛାକୃତ ଭାବେ ସହାୟତାର ହାତ ବଢାଇଛନ୍ତି। ସାରା ଭୁବନେଶ୍ୱରରେ  ସେସୁ ବିଦ୍ୟୁତ ପୁନ୍ନସ୍ଥାପନ ନେଇ ଅହରହ କାର୍ଯ୍ୟ କରୁଛି ।

ଏବେପୁଣି ବିଏମସିକ ସହଯୋଗର ହାତ ବଢ଼ାଇ ଆନ୍ଧ୍ର ଓ ପଶ୍ଚିମବଙ୍ଗର କୁଶଳୀ ଶ୍ରମିକ ଏବଂ ଆଇଟିଆଇ ଛାତ୍ର ପହଞ୍ଚିଛନ୍ତି । ସେମାନେ ଆଜିଠୁ ଘରୋଇ ଉପଭୋକ୍ତାଙ୍କ ଘର ଘର ବୁଲି ବିଦ୍ୟୁତ ଓ ପାଣି ସଂଯୋଗ ଯାଞ୍ଚ ଆରମ୍ଭ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

7 + sixteen =