ଆନୁଗତ୍ୟ ବଦଳାଇଲେ ବଳଭଦ୍ର, ଆସନ୍ତାକଲି ଦିଲ୍ଲୀପ, ସୁକାନ୍ତ ଓ ପ୍ରକାଶ ନେବେ ନିଷ୍ପତ୍ତି

ଭୁବନେଶ୍ବର () ଏବେ ସବୁ ଦଳରେ ଆରମ୍ଭ ହୋଇଛି ଦଳଡିଆଁଙ୍କ ରାଜନୀତି । ଦଳ ବଦଳାଇବା ସହ ନେତାମାନେ ଆନୁଗତ୍ୟ ବି ବଦଳାଉଛନ୍ତି । ଏହି ଦଳ ବଦଳକାରୀଙ୍କ ମଧ୍ୟରେ ଏବେ ସମସ୍ତ ନଜର କିନ୍ତୁ ରହିଛି କଂଗ୍ରେସର ପ୍ରକାଶ ବେହେରା, ବିଜେଡିରୁ ନିକଟରେ ଇସ୍ତଫା ଦେଇଥିବା ବିଧାୟକ ସୁକାନ୍ତ ନାୟକ, ସାଂସଦ ବଳଭଦ୍ର ମାଝୀ ଓ ପୂର୍ବତନ ସାଂସଦ ଦିଲ୍ଲୀପ ରାୟଙ୍କ ଉପରେ ।

ଚର୍ଚ୍ଚା ହେଉଛି, ଦିଲ୍ଲୀପ ରାୟ ଆସନ୍ତାକାଲି ବିଜେଡିରେ ଯୋଗ ଦେବେ । କିନ୍ତୁ ଏପର୍ଯ୍ୟନ୍ତ ଏ ସଂପର୍କରେ ଦଳ ପକ୍ଷରୁ କିମ୍ବା ଦିଲ୍ଲୀପ କିଛି ସ୍ପଷ୍ଟ କରିନାହାଁନ୍ତି । ଏମିତି ବି ବିଜେପି ନେତୃତ୍ବ ଉପରେ ଅସନ୍ତୋଷ ପ୍ରକାଶ କରି ଦଳ ଛାଡିବା ଦିନରୁ ହିଁ ସେ ପୁଣି ଥରେ ବିଜେଡିକୁ ଫେରିବେ ବୋଲି ଚର୍ଚ୍ଚା ରହିଛି । ତେବେ ବିଜୟ ମହାପାତ୍ରଙ୍କ ରାଜନୈତିକ ଭବିଷ୍ୟତ ଏବଂ ରଣନୀତି ସଂପର୍କରେ କିଛି ସୂଚନା ମିଳିନି ।

ସେହିଭଳି ଚର୍ଚ୍ଚା ହେଉଛି, କଂଗ୍ରେସରୁ ଇସ୍ତଫା ଦେଇଥିବା ସାଲେପୁର ବିଧାୟକ ପ୍ରକାଶ ବେହେରା ଆସନ୍ତାକାଲି ବିଜେପିରେ ଯୋଗଦେବେ । ଆଜି ବଳଭଦ୍ର ମାଝି ବିଧିବଦ୍ଧ ଭାବେ ବିଜେପିରେ ଯୋଗ ଦେଇଛନ୍ତି । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଜୁଏଲ ଓରାମଙ୍କ ଉପସ୍ଥିତିରେ ସେ ବିଜେପିରେ ଯୋଗ ଦେଇଛନ୍ତି । ସମ୍ଭବତଃ ସେ ନବରଙ୍ଗପୁର ଲୋକସଭା କ୍ଷେତ୍ରରୁ ବିଜେପି ପ୍ରାର୍ଥୀ ହେବେ ।

ବଳଭଦ୍ର ବିଜେପିରେ ଯୋଗ ଦେବା ପରେ ନୀଳଗିରୀ ବିଧାୟକ ସୁକାନ୍ତ ନାୟକ ମଧ୍ୟ ବିଜେପି ମୁହାଁ ହୋଇନ୍ତି । ଚର୍ଚ୍ଚା ହେଉଛି ଆସନ୍ତାକାଲି ସେ ବିଜେପିରେ ଯୋଗ ଦେବେ । ଗତକାଲି ସୁକାନ୍ତ ଏବଂ ବିଜେପିର ଜଣେ ବରିଷ୍ଠ ନେତାଙ୍କ ମଧ୍ୟରେ ଭୁବନେଶ୍ବରରେ ରୁଦ୍ଧଦ୍ବାର ବୈଠକ ହୋଇଥିବା ଶୁଣିବାକୁ ମିଳୁଛି ।

Share

Leave a Reply

Your email address will not be published. Required fields are marked *

20 − sixteen =