ବାତ୍ୟା ଅଂଚଳ ପାଇଁ ଅତିରିକ୍ତ 1000 ଲିଟର କିରୋସିନ

ଭୁବନେଶ୍ୱର () ବାତ୍ୟା ପ୍ରଭାବିତ ଅଂଚଳ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରରୁ ଅତିରିକ୍ତ 1000 ଲିଟର କିରୋସିନ ଦାବି କରିଛନ୍ତି । ଏହି ମର୍ମରେ ସେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଚିଠି ଲେଖି ଏହି ଅନୁରୋଧ କରିଛନ୍ତି ।

ଧର୍ମେନ୍ଦ୍ରଙ୍କ ଲେଖିଥିବା ଚିଠିରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବାତ୍ୟା ପ୍ରଭାବିତ ପୁରୀ ଜିଲ୍ଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ରାଜ୍ୟ ସରକାର ଯୁଦ୍ଧ କାଳୀନ ଭିତ୍ତିରେ ନିର୍ମାଣ ଓ ପୁନର୍ଗଠନ କାର୍ଯ୍ୟ କରୁଛନ୍ତି, ବିଦ୍ୟୁତ ସଂଯୋଗ ପୁନଃସ୍ଥାପନ ଆଉ କିଛିଦିନ ଲାଗିବ । କାରଣ ପୁରୀରେ ବିଦ୍ୟୁତ ଭିତ୍ତିଭୂମି ସମ୍ପୂର୍ଣ୍ଣ ଭାବେ ନୂଆ କରି ଗଢାଯାଉଛି ।

ବ୍ୟାପକ ପୁନର୍ଗଠନ କାମ ଚାଲିଥିବା ବେଳେ ବିଦ୍ୟୁତ ସେବା ବାଧକ ହୋଇଛି । ବିଦ୍ୟୁତ ସେବା ବ୍ୟାଘାତ ହୋଇଥିବାରୁ କିରୋସିନ ଉତ୍ପାଦନ ବି ବାଧାପ୍ରାପ୍ତ ହୋଇଛି । ଏହି ଦୃଷ୍ଟିରୁ ଲୋକଙ୍କୁ ରିଲିଫ ଯୋଗାଇବାକୁ ମେ ମାସର କୋଟା ସହ ଅତିରିକ୍ତ 1000 ଲିଟର କିରୋସିନ ଯୋଗାଇଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ଏକ ସ୍ୱତନ୍ତ୍ର ଘଟଣା ଭାବେ ବିଚାର କରି ତୈଳ କମ୍ପାନୀ ଗୁଡିକ ଏହି ତେଲ ମାଗଣାରେ ଦେବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ର ପେଟ୍ରୋଲଲିୟମ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

sixteen − thirteen =