ଛାଡୁନି ବୈଜୟନ୍ତଙ୍କ ଦିଲ୍ଲୀ ସରକାରୀ କ୍ବାଟର ଲୋଭ

ନୂଆଦିଲ୍ଲୀ (): ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ସାଂସଦ ପଦରୁ ଇସ୍ତଫା ଦେଇ ନିର୍ବାଚନ ହାରିଯିବା ପରେ ମଧ୍ୟ ଦିଲ୍ଲୀରେ ସରକାରୀ କ୍ବାଟର ଛାଡୁନାହାଁନ୍ତି । ବୈଜୟନ୍ତଙ୍କୁ ମିଳିଥିବା କ୍ବାଟର ଏବେ ବିଜେଡ଼ି ସାଂସଦ ଅନୁଭବ ମହାନ୍ତିଙ୍କୁ ଆଲର୍ଟ ହୋଇଛି । କିନ୍ତୁ କ୍ବାଟର ଦେଖିବାକୁ ସୁରକ୍ଷାକର୍ମୀମାନେ ଅନୁଭବଙ୍କୁ ଭିତରକୁ ଛାଡୁନାହାଁନ୍ତି । ଏ ନେଇ ଟ୍ବିଟରରେ ବୈଜୟନ୍ତଙ୍କୁ ସମାଲୋଚନା କରିଛନ୍ତି ବିଜେଡ଼ି ସାଂସଦ

ନୂଆଦିଲ୍ଲୀର ବ୍ୟସ୍ତବହୁଳ ତଥା ଅନ୍ୟତମ ପସ୍ ଏରିଆ ଭାବେ ଜଣାଶୁଣା ମହାଦେବ ରୋଡରେ ଦୁଇନମ୍ବର କ୍ବାଟରଟି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ଆଲର୍ଟ ହୋଇଥିଲା । ସେ ୨୦୧୯ ନିର୍ବାଚନର ପ୍ରାୟ ୧୩ ମାସ ପୂର୍ବରୁ ସାଂସଦ ପଦରୁ ଇସ୍ତଫା ଦେଇଥିଲେ । ବିଧିବ୍ୟବସ୍ଥା ଅନୁଯାୟୀ ସାଂସଦ ପଦରୁ ଇସ୍ତଫା ଦେବାପରେ ସେ କ୍ବାଟର ସରେଣ୍ଡର କରିବା କଥା । କିନ୍ତୁ ନିର୍ବାଚନରେ ପୁଣି ବିଜେପି ପ୍ରାର୍ଥି ଭାବେ ଜିତି ସେହି କ୍ବାଟରରେ ରହିବାର ଲୋଭରେ କ୍ବାଟରର ସରେଣ୍ଡର କରିନାହାଁନ୍ତି ।

ସଂଯୋଗବଶତଃ ୨-ମହାଦେବ ରୋଡର ଏହି କ୍ବାଟରଟି ବିଜେଡ଼ିର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କୁ ଆଲର୍ଟ ହୋଇଛି । ଅନୁଭବ କ୍ବାଟରରେ ରହିବା ପୂର୍ବରୁ ନୀରିକ୍ଷଣ ପାଇଁ ସେଠାକୁ ଯାଇଥିଲେ । କିନ୍ତୁ ବୈଜୟନ୍ତଙ୍କ ତାଲିମପ୍ରାପ୍ତ ସୁରକ୍ଷାକର୍ମୀମାନେ ତାଙ୍କୁ ଭିତରକୁ ଛାଡି ନଥିଲେ । ଏ ନେଇ ଟ୍ବିଟରରେ ବୈଜୟନ୍ତଙ୍କୁ ସମାଲୋଚନା କରି ଅନୁଭବ କହିଛନ୍ତି ଯେ, ପୂର୍ବତନ ସାଂସଦଙ୍କର ଆଇନ୍, ନୀତି, ନୈତିକତାକୁ ସମ୍ମାନ ନାହିଁ । ୧୩ ମାସ ପୂର୍ବରୁ ସାଂସଦ ପଦରୁ ଇସ୍ତଫା ଦେବାପରେ ସେ ନିର୍ବାଚନ ହାରିଯାଇଛନ୍ତି । ତଥାପି ବଳପୂର୍ବକ ସରକାରୀ ବଙ୍ଗଳାକୁ ମାଡି ବସିଛନ୍ତି । ତାଙ୍କର ତାଲିମପ୍ରାପ୍ତ ସୁରକ୍ଷାକର୍ମୀମାନେ ତାଙ୍କୁ ଭିତରକୁ ଯିବାକୁ ଦେଉନାହାଁନ୍ତି । ସଂସଦର ଗୃହକମିଟି ପକ୍ଷରୁ ତାଙ୍କୁ ଏହି ବଙ୍ଗଳାଟି ଆଲର୍ଟ ହୋଇଛି । ବୈଜୟନ୍ତ ସାଧାରଣରେ ଦେଉଥିବା ମିଛ ଧର୍ମ, ନୀତି, ନୈତିକତାର ଭାଷଣ ବନ୍ଦ କରନ୍ତୁ ।

ଅନୁଭବଙ୍କ ଏଭଳି ଅଭିଯୋଗର ଜବାବ ଦେଇଛି ବୈଜୟନ୍ତଙ୍କ କାର୍ଯ୍ୟାଳୟ । ତାଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ବୈଜୟନ୍ତ କ୍ବାଟର ଏକ୍ସଟେନ୍ସନ ପାଇଁ ଅନୁମତି ନେଇଛନ୍ତି ଏବଂ ଏ ବାବଦରେ ବଜାର ଦରରେ ଭଡା ଦେଉଛନ୍ତି । ଅନୁଭବଙ୍କ ପୂର୍ବରୁ ବହୁ ସାଂସଦ ଏହି କ୍ବାଟର ବୁଲି ଦେଖିଛନ୍ତି । ଏଥିପାଇଁ ସେ ପୂର୍ବରୁ ଅନୁମତି ନିଅନ୍ତି । ଅନୁଭବ କୌଣସି ଆପଏଣ୍ଟମେଣ୍ଟ ନନେଇ ଆସିଥିଲେ ।

Share

Leave a Reply

Your email address will not be published. Required fields are marked *

nineteen + twelve =