ମୋଦିଙ୍କୁ ବାଜପେୟୀ ବହିଷ୍କାର କରିବାକୁ ମନସ୍ଥ କରିଥିଲେ

ଭୁବନେଶ୍ୱର () ଗୋଦ୍ଧ୍ରା ସାମ୍ପ୍ରଦାୟିକ ହିଂସା ପରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ସେ ସମୟର ଗୁଜୁରାଟ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବହିଷ୍କାର କରିବାକୁ ନିଷ୍ପତ୍ତି ନେଇଥିଲେ । କିନ୍ତୁ ଗୃହମନ୍ତ୍ରୀ ଲଳକୃଷ୍ଣ ଆଡ଼ଭାନୀଙ୍କ ଇସ୍ତଫା ଧମକ ପରେ ବାଜପେୟୀ ନିଜ ନିଷ୍ପତିରୁ ଓହରିଥିଲେ ।

ଗୁଜୁରାଟ ଦଙ୍ଗା ପରେ ବାଜପେୟୀ ଚାହିଁଥିଲେ ଯେ, ମୋଦି ନିଜ ପଦରୁ ଇସ୍ତଫା ଦିଅନ୍ତୁ ନହେଲେ ଗୁଜୁରାଟ ସରକାରଙ୍କୁ ଭାଙ୍ଗିଦିଆଯିବ । 2002ରେ ଗୋଆରେ ଅନୁଷ୍ଠିତ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେବାକୁ ଯିବା ସମୟରେ ବାଜପେୟୀ ମାନସିକ ସ୍ତରରେ ଏହି ନିଷ୍ପତି ନେଇଥିଲେ । ଆଜି ଭୋପାଳରେ ଏକ ସାମ୍ବାଦିକ ସମ୍ମିଳନୀରେ ଏଭଳି ଖୁଲାସା କରିଛନ୍ତି ପୂର୍ବତନ ବିଜେପି ନେତା ଯଶୱନ୍ତ ସିହ୍ନା ।

ସେ ସମୟରେ ଦଳୀୟ ସ୍ତରରେ ଏକ ବୈଠକ ହୋଇଥିଲା । ଯଶୱନ୍ତଙ୍କ ସୂଚନା ଅନୁୁଯାୟୀ ସେହି ବୈଠକରେ ଆଡ଼ଭାନୀ ଧମକ ଦେଇଥିଲେ ଯେ, ଯଦି ମୋଦିଙ୍କୁ ହଟାଯାଏ ତେବେ ସେ ସରକାରରୁ ଇସ୍ତଫା ଦେଇଦେବେ । ଆଡ଼ଭାନୀଙ୍କ ଏହି ଧମକ ପରେ ଅଟଳ ଜୀ ନିଜ ନିଷ୍ପତିରୁ ଓହରିଲେ ଏବଂ ମୋଦି ସରକାର ରହିଲା ।

ଚଳିତ ଲୋକସଭା ନିର୍ବାଚନରେ ମୋଦି ବାରମ୍ବାର ପାକିସ୍ଥାନ ପ୍ରସଙ୍ଗ ଉଠାଇବା ନେଇ ଯଶୱନ୍ତ କଟୁ ସମାଲୋଚନା କରିିିଥିଲେ । ସେ ଅଭିଯୋଗ କରିଥିଲେ ଯେ ବିଜେପି ଜାଣିଶୁଣି ପାକିସ୍ଥାନୀ ଭୟ ସମ୍ପର୍କରେ କହୁଛନ୍ତି ।

ମୋଦିଙ୍କ ବୈଦେଶିକ ନୀତିକୁ ସମାଲୋଚନା କରି ସେ କହିଥିଲେ ଯେ, ପାକିସ୍ଥାନ କ୍ଷେତ୍ରରେ ମୋଦି 56 ଇଞ୍ଚର ଛାତି ଦେଖାଉଛନ୍ତି । ଚୀନ କଥା ଉଠିଲେ 56 ଇଞ୍ଚର ଛାତି 6 ଇଞ୍ଚକୁ ଶୁଖି ଯାଉଛି ।

Share

Leave a Reply

Your email address will not be published. Required fields are marked *

one × 1 =