ସବକା ସାଥ ବିକାଶ କଥା କହୁଥିବା ଦଳ ଏବେ ସବକା ବିନାଶ କରୁଛି

ଭୁବନେଶ୍ୱର() ଆସନ୍ତାକାଲି ଭାରତ ବନ୍ଦକୁ ସମର୍ଥନ କରୁଛୁ ବୋଲି କହିଛନ୍ତି ଖାଦ୍ୟ ଓ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ। ସେ କହିଛନ୍ତି,“ ଦରଦାମ ବୃଦ୍ଧି, ବେକାରୀ ରୋକିବାରେ କେନ୍ଦ୍ର ସରକାର ବିଫଳ । ଲୋକଙ୍କ ପାଖରେ କାମ ନାହିଁ । ସବକା ସାଥ ବିକାଶ କଥା କହୁଥିବା ଦଳ ଏବେ ସବକା ବିନାଶ କରୁଛି । ଆସନ୍ତାକାଲି ଯେଉଁ ଭାରତ ବନ୍ଦ ଡାକରା ଦିଆଯାଇଛି , ତାକୁ ସମର୍ଥନ କରୁଥିବା କହିଛନ୍ତି ମନ୍ତ୍ରୀ । ଦରଦାମ ବୃଦ୍ଧି, ବେକାରୀ , ନିଯୁକ୍ତି ସମେତ ୧୨ ଦଫା ଦାବି ନେଇ ବନ୍ଦ ଡାକରା ଦେଇଛି ଟ୍ରେଡ ୟୁନିୟନ ।

ସେପଟେ ବିଜେପି କହିଛି ଭାରତ ବନ୍ଦକୁ ସମର୍ଥନ କରି ବିଜେଡି ଐତିହାସିକ ଭୁଲ ନକରୁ । କଂଗ୍ରେସ ଓ ବାମପନ୍ଥୀ ଦଳ ଆନ୍ଦୋଳନ ନାଁରେ ହିଂସାକାଣ୍ଡ ଘଟାନ୍ତି । ସେମାନେ ନିଜର ଅସ୍ତିତ୍ୱ ବଂଚାଇବାକୁ ଉଦ୍ୟମ କରୁଛନ୍ତି ।

ଆସନ୍ତାକାଲି ୨୪ ଘଣ୍ଟିଆ ଭାରତ ବନ୍ଦକୁ ପୂର୍ଣ୍ଣ ସମର୍ଥନ ଦେବାକୁ ବିଜୁ ଜନତା ଦଳର ସମର୍ଥନ ଲୋଡ଼ିଥିଲେ କେନ୍ଦ୍ରୀୟ ଶ୍ରମିକ ସଂଗଠନ ମିଳିତ ମଞ୍ଚ। ବନ୍ଦକୁ ସମର୍ଥନ ଦେବା ପାଇଁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଗତ ୪ଦିନ ତଳୁ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା। ଆସନ୍ତାକାଲି ସକାଳ ୬ଟାରୁ ୯ ତାରିଖ ସକାଳ ୬ଟା ପର୍ୟ୍ୟନ୍ତ ଓଡ଼ିଶାରେ ସବୁ ଦୋକାନ ବଜାର, ଗାଡ଼ି ଚଳାଚଳ ବନ୍ଦ ରହିବ।

Share

Leave a Reply

Your email address will not be published. Required fields are marked *

fourteen − eleven =