ପୁଣି ଆସୁଛି ଆଉ ଏକ ଲଘୁଚାପ

ଭୁବନେଶ୍ୱର () ଗୋଟିଏ ଲଘୁଚାପ ବର୍ଷା ଛାଡ଼ିନି, ଦାନା ବାନ୍ଧିଲାଣି ଆଉ ଗୋଟିଏ । ଏ ଲଘୁଚାପ ବର୍ଷା ଆହୁରି ୩/୪ ଦିନ ରହିବ । ତା’ ପରେ ଆସନ୍ତା ୯ ତାରିଖବେଳକୁ ଆଉ ଏକ ଲଘୁଚାପ ସମ୍ଭାବନା ଅଛି। ସମ୍ଭାବ୍ୟ ଲଘୁଚାପ ଅଧିକ ଘନୀଭୂତ ହୋଇ ଅବପାତ (ଡିପ୍ରେସନ୍‌) ରୂପ ନେବା ଆକଳନ କରାଯାଉଛି । ଏହା ପ୍ରଭାବରେ ଓଡ଼ିଶାରେ ୧୧ରୁ ୧୩ ତାରିଖ ଯାଏଁ ପ୍ରବଳ ବର୍ଷା ଆଶଙ୍କା ରହିଛି ।

ଭାରତୀୟ ପାଣିପାଗ ବିଭାଗର ଆକଳନ କହୁଛି, ଆସନ୍ତା ୯ ତାରିଖବେଳକୁ ଉତ୍ତର ଆଣ୍ଡାମାନ ସାଗର ଓ ପାଶ୍ୱର୍ବର୍ତ୍ତୀ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ ସୃଷ୍ଟି ହେବା ସମ୍ଭାବନା ଅଛି । ଏହା ଉତ୍ତର ପଶ୍ଚିମ ଦିଗରେ ଉତ୍ତର ଆନ୍ଧ୍ର ଏବଂ ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ପରବର୍ତ୍ତୀ ୨-୩ ଦିନ ଭିତରେ ଅଧିକ ଘନୀଭୂତ ହୋଇ ଅବପାତରେ ପରିଣତ ହେବ। ଏହା ପ୍ରଭାବରେ ଓଡ଼ିଶାରେ ଆସନ୍ତା ୧୧ରୁ ୧୩ ତାରିଖ ଭିତରେ ବର୍ଷା ବଢ଼ିବ ।

Share

Leave a Reply

Your email address will not be published. Required fields are marked *

four − 3 =