ନାର୍କୋ ଟେଷ୍ଟା ପାଇଁ କାହିଁକି ରାଜି ହେଲାନି ସରୋଜ?

ନୟାଗଡ () ନୟାଗଡ଼ ପରୀ ହତ୍ୟା ମାମଲାରେ ନାର୍କୋ ଟେଷ୍ଟ ପାଇଁ ରାଜି ହେଲାନି ଅଭିଯୁକ୍ତ ସରୋଜ । ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଅଭିଯୁକ୍ତର ନାର୍କୋ ଟେଷ୍ଟ କରିବାକୁ ଆବେଦନ କରିଥିଲା ଏସଆଇଟି  । କିନ୍ତୁ ଅଭିଯୁକ୍ତ ରାଜି ନହେବାରୁ କୋର୍ଟ ମଧ୍ୟ ଅନୁମତି ଦେଲେ ନାହିଁ  । ନାର୍କୋ ଟେଷ୍ଟ ଆବେଦନ ଖାରଜ ହେବା ପରେ ଏସଆଇଟି ବ୍ରେନ ମ୍ୟାପିଂ ପାଇଁ ଆବେଦନ କରିଛି । ଆସନ୍ତା ୧୩ ତାରିଖରେ ଏହାର ଶୁଣାଣୀ ହେବ ।

ତେବେ ପ୍ରଶ୍ନ ଉଠୁଛି କାହିଁକି ନାର୍କୋ ଟେଷ୍ଟକୁ ମନାକଲା ସରୋଜ ? ସତ ଧରାପଡ଼ିଯିବାର ଭୟ ରହିଛି କି ? ନା ରାଜନୈତିକ ଚାପରେ ନାର୍କୋ ଟେଷ୍ଟକୁ ମନା କହିଲା ସରୋଜ । ଯଦି ସରୋଜ ନିଜକୁ ନିର୍ଦ୍ଦୋଷ ବୋଲି ଭାବୁଛି ତାହେଲେ ନାର୍କୋ ଟେଷ୍ଟ ତା ପାଇଁ ଲାଭଦାୟକ ହୋଇଥାନ୍ତା । ତା ଉପରେ ଲାଗିଥିବା ସବୁ ଅଭିଯୋଗ ମିଥ୍ୟା ସାବ୍ୟସ୍ତ ହୋଇଥାନ୍ତା । ହେଲେ ନାର୍କୋ ଟେଷ୍ଟ ପାଇଁ ମନା କରିବା ପରେ ସରୋଜ ସେଠୀ କିଛି ନା କିଛି ଲୁଚାଉଛି ବୋଲି ସ୍ପଷ୍ଟ ହୋଇଯାଇଛି  ।

ପୂର୍ବରୁ ବ୍ଲଡ ସାମ୍ପଲ ଟେଷ୍ଟକୁ ମଧ୍ୟ ବିରୋଧ କରିଥିଲା ସରୋଜ । ତେବେ ସରୋଜ ଟେଷ୍ଟ ପାଇଁ ମନା କରିବ ବୋଲି SIT ପୂର୍ବରୁ ଜାଣିଥିଲା  । କାରଣ ସତ କଣ ତାହା ଅଭିଯୁକ୍ତ ସରୋଜକୁ ଭଲଭାବେ ଜଣା । ସରୋଜର ଲିଖିତ ଅସ୍ବୀକାର ଏସଆଇଟି ପାଇଁ ବଡ ଅସ୍ତ୍ର ପାଲଟିଛି । ଏହା ତା ବିରୋଧରେ ଯିବ ବୋଲି ଅନୁମାନ କରାଯାଉଛି । କାରଣ ରାଜ୍ୟରେ ସରୋଜ ସେଠୀକୁ ନିର୍ଦ୍ଦୋଷ ସଜେଇବା ପାଇଁ ମଧ୍ୟ ଅନେକ ପ୍ରୟାସ କରୁଛନ୍ତି । ପରୀ ହତ୍ୟା ଘଟଣାରେ ତାର କୌଣସି ସମ୍ପର୍କ ନଥିବା ନେଇ ମିଥ୍ୟା ଖବର ପ୍ରଚାର ହେଉଛି । କିନ୍ତୁ ସ୍ଥିତି ଏବେ ଓଲଟି ଯାଇଛି । ନାର୍କୋ ଟେଷ୍ଟ ପାଇଁ ମନା କରିବା ପରେ ସରୋଜକୁ କେହି ନିର୍ଦ୍ଦୋଷ ଭାବିବେ ନାହିଁ । ୨୦୧୦ରେ କର୍ଣ୍ଣାଟକ ସରକାର ବନାମ ସେଲଭି ମାମଲାରେ ଅଭିଯୁକ୍ତଙ୍କ ନାର୍କୋ ଟେଷ୍ଟ ପାଇଁ ଅନୁମତି ନିହାତି ଆବଶ୍ୟକ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ସେହି ଆଧାରରେ ସରୋଜ ସେଠୀକୁ ଟେଷ୍ଟ ପାଇଁ ପଚରାଯାଇଥିଲା ।

ସେପଟେ ସରୋଜ ଠାରୁ ଜବତ ହୋଇଥିବା ମୋବାଇଲ ପରୀକ୍ଷା ପାଇଁ ଗୁଜୁରାଟ CFLକୁ ପଠାଇଯାଇପାରେ l ମୋବଇଲରେ କଣ ରହିଛି ଜାଣିବାକୁ ଚାହୁଁଛି SIT l ସେଥିପାଇଁ ମୋବାଇଲକୁ ଲାବୋରଟୋରୀକୁ ପଠାଇବା ପାଇଁ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଆବେଦନ କରାଯାଇଛି l

Share

Leave a Reply

Your email address will not be published. Required fields are marked *

13 + sixteen =