ପୁରୀରୁ ୫ ଡ୍ରଗ୍ସ ବ୍ୟବସାୟୀ ଗିରଫ, ୨୫୨ ଗ୍ରାମ ବ୍ରାଉନସୁଗର ଜବତ

ପୁରୀ: ବ୍ରାଉନସୁଗର ବିକ୍ରି ଅଭିଯୋଗରେ ୫ ଜଣ ଡ୍ରଗ୍ସ ବ୍ୟବସାୟୀ ଗିରଫ କରିଛି ପୁରୀ ଏସଟିଏଫ୍ । ଏନେଇ ବଳିଆପଣ୍ଡା ଥାନାରେ ମାମଲା ରୁଜୁ ହୋଇଛି । ଗିରଫ ଅଭିଯୁକ୍ତଙ୍କ ପାଖରୁ ୨୫୨ ଗ୍ରାମ ବ୍ରାଉନସୁଗର ଜବତ ହୋଇଛି । ଘଟଣାରେ ଗୋଟିଏ ବାଇକ, ଗୋଟିଏ କାର, ୧୧ଟି ମୋବାଇଲ ଫୋନ, ଦୁଇଟି ଡେବିଟ କାର୍ଡ ଜବତ ହୋଇଛି । ଅଭିଯୁକ୍ତ ମାନେ ବଳିଆପଣ୍ଡା ବାଇପାସ ରାସ୍ତାରେ ଡ୍ରଗ୍ସ ବ୍ୟବସାୟ କରିବା ପାଇଁ ଯୋଜନା କରୁଥିବା ବେଳେ ପୋଲିସ ଓ ଏସଟିଏଫ ମିଳିତ କରି ଏମାନଙ୍କୁ ଗିରଫ କରିଛି।

Share

Leave a Reply

Your email address will not be published. Required fields are marked *

eighteen − nine =