ଆଜି ଭର୍ଚୁଆଲରେ ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ବୈଠକ

ଭୁବନେଶ୍ୱର: ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ UG ଓ PG ପରୀକ୍ଷା ନେଇ ଆଜି ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ଭର୍ଚ୍ଚୁଆଲ ମୋଡରେ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସହ ବିଭାଗୀୟ ପ୍ରମୁଖ ଶାସନ ସଚିବ ଓ ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିମାନେ ଯୋଗ ଦେବେ । ଏଥିରେ ୟୁଜି ଓ ପିଜି ସେମିଷ୍ଟର ପରୀକ୍ଷା ସମ୍ପର୍କରେ ଆଲୋଚନା କରାଯିବ । ଅନଲାଇନ୍ ଶିକ୍ଷା ସମ୍ପର୍କରେ ଆଲୋଚନା କରାଯିବ ।

ତେବେ ଏହି ବୈଠକରେ କଣ ନିଷ୍ପତି ନିଆଯିବ ତାଉପରେ ରହିଛି ସମସ୍ତ ନଜର । ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ବୈଠକ ଡକାଯାଇଛି । ଲକଡାଉନ ସମୟରେ ପାଠପଢ଼ା ସଂପର୍କରେ ଆଲୋଚନା କରାଯିବ । ୟୁଜି ଓ ପିଜି ପରୀକ୍ଷା କେମିତି ହେବ ସେନେଇ କୁଳପତିମାନଙ୍କ ମତାମତ ନିଆଯିବ । ପରେ ସବୁ କଲେଜ ଅଧ୍ୟକ୍ଷଙ୍କ ସହ ବୈଠକ ହେବ । ପରୀକ୍ଷା ନେଇ ସେମାନଙ୍କ ମତ ବି ନିଆଯିବ। ଏଥିସହ ଉଚ୍ଚ ଶିକ୍ଷା ବିଭାଗ ପରୀକ୍ଷା ନେଇ ନିଷ୍ପତ୍ତି ନେବ ବୋଲି କହିଛନ୍ତି ମନ୍ତ୍ରୀ ଅରୁଣ ସାହୁ ।

Share

Leave a Reply

Your email address will not be published. Required fields are marked *

20 + 19 =