ବିଜେଡ଼ି ସରକାରଙ୍କୁ ଟାର୍ଗେଟ କଲେ ମୋଦି

ସମ୍ବଲପୁର() ଓଡ଼ିଶାରେ ନିର୍ବାଚନ ଚାଲିଥିବା ସମୟରେ ବାରମ୍ବାର ଓଡ଼ିଶା ଗସ୍ତରେ ଆସୁଛନ୍ତି ପ୍ରଧାନମନ୍ତ୍ରୀ । ଏହି କ୍ରମରେ ଆଜି ସମ୍ବଲପୁର ସାଧାରଣ ସଭାରେ ଯୋଗଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମ୍ବଲପୁରରେ ବିଜୟ ସଙ୍କଳ୍ପ ସମାବେଶରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡ଼ିଆରେ ସଭାରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ । ମୋଦି କହିଛନ୍ତି, ଓଡିଶା ଆସିବା ତାଙ୍କ ପାଇଁ ତୀର୍ଥଯାତ୍ରା ଭଳି ।

ଓଡ଼ିଶାର ବିଜେଡ଼ି ସରକାରଙ୍କ ଉପରେ ମଧ୍ୟ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦୁର୍ବଳ ସରକାରଙ୍କ ଯୋଗୁଁ ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଓଡ଼ିଶା ଗରିବ ହୋଇ ରହିଯାଇଛି । ଓଡିଶାରେ ମହାନଦୀ ଅଛି, କିନ୍ତୁ ଚାଷୀ ଚାଷ କରିପାରୁନାହାନ୍ତି ବୋଲି ମୋଦି ସଭାକୁ ସମ୍ବୋଧିତ କରି କହିଛନ୍ତି । ସେହିପରି ସେ କହିଛନ୍ତି ଯେ ଦେଶରେ ପ୍ରାକୃତିକ ସମ୍ପଦର ଅଭାବ ନାହିଁ । ଖାଲି ତାକୁ ଠିକ ଭାବେ କାର୍ୟ୍ୟକାରୀ କରିବାର ଅଭାବ ରହିଛି । ମହାନଦୀ ଓ ହୀରାକୁଦ ଥିଲେ ବି କୃଷକଙ୍କ ହାତ ବନ୍ଧା ହୋଇଛି । ହେଲେ କୃଷକ ଟୋପା ଟୋପା ପାଣି ପାଇଁ ଡହକବିକଳ ହେଉଛନ୍ତି । ରାଜ୍ୟରେ ବିଜେପି ସରକାର ଗଠନ ହେଲେ ଆୟୁଷ୍ମାନ ଭାରତ ଲାଗୁ ହେବା । ଯୋଜନା ଲାଗୁ ହେବାପରେ ଗରିବ ପରିବାରଙ୍କୁ ୫ ଲକ୍ଷ ପର୍ୟ୍ୟନ୍ତ ମାଗଣା ଚିକିତ୍ସା ମିଳିପାରିବ । ୨୩ ମେ ଫଳାଫଳ ଆସିବ । ପୁଣି ଥରେ ସରକାର ଗଢିବ ଭାଜପା ସରକାର ବୋଲି ଦୃଢ଼ୋକ୍ତି କରିଛନ୍ତି ପ୍ରଧାନମନ୍ତ୍ରୀ ।

Share

Leave a Reply

Your email address will not be published. Required fields are marked *

eighteen − ten =