ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ମିଳିଲା ଆଉ ୨ ବିଭାଗ ଦାୟିତ୍ବ

ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ଆଉ ୨ଟି ବିଭାଗ ଦାୟିତ୍ବ ମିଳିଛି। ରାଜ୍ୟ ସରକାରଙ୍କ ତରଫରୁ ମନ୍ତ୍ରୀ ପ୍ରମିଳା ମଲ୍ଲିକଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ଅତିରିକ୍ତ ଦାୟିତ୍ବ ଦିଆଯାଇଛି। ଗତକାଲି ୨ ରାଷ୍ଟ୍ର ମନ୍ତ୍ରୀ ଇସ୍ତଫା ଦେଲା ପରେ ଏହି ୨ଟି ବିଭାଗ ଖାଲିପଡ଼ିଥିଲା। ଶୁକ୍ରବାର ସମୀର ରଞ୍ଜନ ଦାଶ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ଶ୍ରୀକାନ୍ତ ସାହୁ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହି ଦୁଇ ବିଭାଗର ଅତିରିକ୍ତ ଦାୟିତ୍ୱ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀଙ୍କୁ ମିଳିଛି। ପୂର୍ବରୁ ସ୍ୱାସ୍ଥ୍ୟ ବିଭାଗର ଅତିରିକ୍ତ ଦାୟିତ୍ୱ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ପାଖରେ ରହିଛି।

ମିଳିଥିବା ସୂଚନା ଅନୁସାରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏବଂ ଶ୍ରମ ଓ ରାଜ୍ୟ କର୍ମଚାରୀ ବୀମା ବିଭାଗ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଶୁକ୍ରବାର ସକାଳେ ଇସ୍ତଫା ଦେବା ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ପକ୍ଷରୁ ନିର୍ଦେଶ ଦିଆଯାଇଥିଲା। ଏହା ପରେ ଉଭୟ ନିଜ ନିଜର ଇସ୍ତଫା ପତ୍ର ପଠାଇ ଦେଇଥିଲେ।

ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାରେ ମନ୍ତ୍ରୀ ସମୀର ଦାଶ ବିବାଦୀୟ ହୋଇପଡ଼ିଥିବା ବେଳେ ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ ଆସିଛି। ତେଣୁ ଉଭୟଙ୍କୁ ମନ୍ତ୍ରୀ ପଦରୁ ବାଦ୍ ଦିଆଯାଇଥିବା ଚର୍ଚ୍ଚା ହେଉଛି। ପୂର୍ବରୁ ନବ ଦାସଙ୍କ ହତ୍ୟା ଯୋଗୁ ମନ୍ତ୍ରିମଣ୍ଡଳରେ ଗୋଟିଏ ପଦବୀ ଖାଲି ରହିଥିବା ବେଳେ ଏବେ ଏହି ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ ମୋଟ ୩ଟି ମନ୍ତ୍ରୀ ପଦ ଖାଲି ପଡ଼ିଛି।

Share

Leave a Reply

Your email address will not be published. Required fields are marked *

one × 2 =