ସଚିବାଳୟ କର୍ମଚାରୀଙ୍କ ପାଇଁ ଆଡ଼ଭାଇଜରି ଜାରି

ଭୁବନେଶ୍ବର() କରୋନା ଭାଇରସ ସାରା ବିଶ୍ୱରେ କାୟା ବିସ୍ତାର କରିବାରେ ଲାଗିଛି । ଏହି ଭାଇରସକୁ ନେଇ ଲୋକମାନେ ଭୟଭିତ ଅବସ୍ଥାରେ ଅଛନ୍ତି । ଏହାରି ମଧ୍ୟରେ ସଚିବାଳୟ କର୍ମଚାରୀଙ୍କ ପାଇଁ ଆଡ଼ଭାଇଜରି ଜାରି ହୋଇଛି । ସଚିବାଳୟ କର୍ମଚାରୀଙ୍କ ପାଇଁ ବାୟୋମେଟ୍ରିକ ଉପସ୍ଥାନ ବନ୍ଦ ରହିବ । ସମସ୍ତେ ରେଜିଷ୍ଟରରେ ଉପସ୍ଥାନ ଦେବେ । ଏହାସହ କାର୍ଯ୍ୟାଳୟରେ ଏକାଠି ହୋଇ ସଭା ସମିତି କରିବେ ନାହିଁ । କର୍ମଚାରୀଙ୍କୁ ଯଦି ଥଣ୍ଡା, ଚିଙ୍କ ହୋଇଥାଏ ତେବେ ସେମାନେ ଟିସୁ ପେପର ବ୍ୟବହାର କରିବେ । ହାତକୁ ନିୟମିତ ସାବୁନରେ ଭଲଭାବେ ସଫା କରିବେ । ଚିକିତ୍ସା ପାଇଁ ବିଧାନସଭା ଡିସପେନସରି ଡାକ୍ତରଙ୍କ ପରାମର୍ଶରେ ଔଷଧ ଖାଇବେ । କାର୍ଯ୍ୟାଳୟ ପରିଷ୍କାର ରଖିବା ପାଇଁ ଟେବୁଲ, କମ୍ପ୍ୟୁଟରକୁ ସ୍ପ୍ରେ ଦ୍ୱାରା ପୋଛାଯିବା ନେଇ ପରାମର୍ଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

4 + 19 =