ସିବିଆଇ ମୁଖ୍ୟଙ୍କ ନାଁରେ ପିଆଇଏଲ

ସିବିଆଇ ପିଛା ଛାଡୁନି ବିବାଦ

ଭୁବନେଶ୍ବର () : ସିବିଆଇ ମୁଖ୍ୟଙ୍କୁ ନେଇ ବିବାଦ ଛାଡିବାର ନାଁ ଧରୁନି । ପ୍ରଥମେ ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ କଳି । ପରେ ଉଭୟଙ୍କୁ ଛୁଟିରେ ଯିବାକୁ ନିର୍ଦ୍ଦେଶ । ଏବେ ପୁଣି ସିବିଆଇ ମୁଖ୍ୟ ଭାବେ ଅନ୍ତରୀଣ ଦାୟିତ୍ବ ନେଇଥିବା ଓଡିଆ ଆଇପିଏସ ଅଫିସର ଏମ. ନାଗେଶ୍ବର ରାଓଙ୍କୁ ନେଇ ନୂଆ ବିବାଦ ମୁଣ୍ଡ ଟେକିଛି । ତାଙ୍କ ବିରୋଧରେ ଓଡିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ଦୀର୍ଘ ବର୍ଷରୁ ଗଡୁଛି ।

ସେ 1998 ମସିହାରେ ସାମ୍ପ୍ରଦାୟିକ ଭାବନା ଏବଂ ସମ୍ବିଧାନର ପକ୍ଷପାତିତାକୁ ନେଇ ଦେଇଥିବା ଏକ ଭାଷଣକୁ ନେଇ ତାଙ୍କ ବିରୋଧରେ ଏକ ଜନସ୍ବାର୍ଥ ମାମଲା ହୋଇଥିଲା । ଏକ ପ୍ରେସ ବିଜ୍ଞପ୍ତିରେ ସିପିଆଇ ରାଜ୍ୟ କମିଟି ସମ୍ପାଦକ ଅଳି ପଟ୍ଟନାୟକ କହିଛନ୍ତି ଯେ, 1998 ଡିସେମ୍ବର 10 ତାରିଖରେ ସେ ଆନ୍ତର୍ଜାତିକ ମାନବାଧିକାର ଦିବସରେ ଏମିତି ଏକ ବିବାଦୀୟ ଭାଷଣ ଦେଇଥିଲେ । ସେ ସମୟରେ ସେ ସମୟରେ ବ୍ରହ୍ମପୁର ଉନ୍ନୟନ କର୍ତ୍ତୃପକ୍ଷର ଉପାଧ୍ୟକ୍ଷ ଥିଲେ । ସେ ନିଜ ଭାଷଣରେ କହିଥିଲେ ଯେ, ମାନବାଧିକାରକୁ ମୁସଲମାନ, ଖ୍ରୀଷ୍ଟିଆନ ଓ ମାର୍କସିଷ୍ଟ ହେଉଛନ୍ତି ବିପଦ ।

ତାଙ୍କର ଏଭଳି ବିବାଦୀୟ ଭାଷଣକୁ ନେଇ ଅଳି ପଟ୍ଟନାୟକ ଓଡିଆ ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ କରିଥିଲେ । ପିଆଇଏଲରେ ଅଳି ପଟ୍ଟନାୟକ ଅଭିଯୋଗ କରିଥିଲେ ଯେ, ନାଗେଶ୍ବର ରାଓଙ୍କ ଏଭଳି ଭାଷଣ ସାଂପ୍ରଦାୟିକ ଉତ୍ତେଜନା ସୃଷ୍ଟି କରିବାର ଆଶଙ୍କା ରହିଛି । ନାଗେଶ୍ବର ଦେଶର ସମ୍ବିଧାନକୁ ମଧ୍ୟ ନିଜ ଢଙ୍ଗରେ ବ୍ୟାଖ୍ୟା କରିଥିଲେ । ସେ ଆକ୍ଷେପ କରିଥିଲେ ଯେ, ସମ୍ବିଧାନର ପ୍ରଣେତଙ୍କ ସଂଖ୍ୟାଲଘୁ ପ୍ରିତି ରହିଥିଲା ।

ତାଙ୍କର ଏଭଳି ଭାଷଣ କିଛି ଗଣମାଧ୍ୟରେ ଚର୍ଚ୍ଚାକୁ ଆସିବା ପରେ ତାଙ୍କ ତୁରନ୍ତ କଟକ ବଦଳି କରାଯାଇଥିଲା । ତେଣୁ ଅଳି ନିଜେ ଦାଖଲ କରିଥିବା ମାମଲାକୁ ଆଉ ସେତେଟା ଗୁରୁତ୍ବ ଦେଇନଥିଲେ । ଏବେ କିନ୍ତୁ ନାଗେଶ୍ବର ରାଓ ସିବିଆଇ ମୁଖ୍ୟଭାବେ ଦାୟିତ୍ବ ନେଇଥିବାରୁ ଅଳି ପଟ୍ଟନାୟକ ନିଜ ମାମଲାର ଶୁଣାଣୀକୁ ପୁଣି ଥରେ ଗୁରୁତ୍ବ ଦେବେ ବୋଲି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

three × two =