କମିବ ପିଆଜ ଦର: ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର()  ନୂଆ ବର୍ଷରେ କମିବ ପିଆଜ ଦର । ଏହି ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରଥମରୁ ପିଆଜ ଦର କମିବ ବୋଲି କହିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ମନ୍ତ୍ରୀ କହିଛନ୍ତି ପ୍ରବଳ ବର୍ଷା ସାରା ଦେଶର ଚାଷୀଙ୍କ ଅଂଟା ଭାଙ୍ଗିଦେଇଛି ।୧୨ ଲକ୍ଷ ମେଟ୍ରିକ ଟନ ପିଆଜ ଦେଶରେ ଦୈନିକ ଆବଶ୍ୟକ । ୧ ଲକ୍ଷ ମେଟ୍ରିକ ଟନ ପିଆଜ ବିଦେଶରୁ ଆଣିଛନ୍ତି କେନ୍ଦ୍ର ସରକାର, ଯାହା ସମୂଦ୍ରକୁ ଶଖେଂ । ତେବେ ନୂଆ ବର୍ଷରେ କମିବ ପିଆଜ ଦର । ଏହି ମାସ ଶେଷ କିମ୍ବା ଆସନ୍ତା ମାସ ପ୍ରଥମରୁ ପିଆଜ ଦର କମିବ ବୋଲି କହିଛନ୍ତି ମନ୍ତ୍ରୀ ।

ଆଜି ଲୋକସେବା ଭବନରେ ଯୋଗାଣ ମନ୍ତ୍ରୀ ଙ୍କ ଅଧ୍ୟକ୍ଷତାରେ ବଡ଼ ବୈଠକ ବସିଲା । ବିଭାଗୀୟ ସଚିବ ଭି. ଭି ଯାଦବ ମଧ୍ୟ ଏହି ବୈଠକରେ ଉପସ୍ଥିତ ଅଛନ୍ତି । ପିଆଜ ଦରବୃଦ୍ଧି ପ୍ରସଙ୍ଗରେ ଆଲୋଚନା ହୋଇଥିଲା ।

Share

Leave a Reply

Your email address will not be published. Required fields are marked *

nineteen − 3 =