ନାଗରିକତା ବିଲକୁ ସମର୍ଥନ ଦେଲା ବିଜେଡି

ନୂଆଦିଲ୍ଲୀ() ନାଗରିକତା ସଂଶୋଧନ ବିଲକୁ ସମର୍ଥନ ଜଣାଇଲା ବିଜେଡି । ନାଗରିକତା ସଂଶୋଧନ ବିଲ ଆଗତ ସପକ୍ଷରେ ଭୋଟ ଦେଲା ବିଜେଡି । ଏନେଇ ବିଜେଡି ସାଂସଦ ଭର୍ତ୍ତୁହରି ମହତାବ ପ୍ରତିକି୍ରୟା ଦେଇଛନ୍ତି । ସେ କହିଛନ୍ତି ବିଲରେ କୌଣସି ଅସୁବିଧା ନାହିଁ ,ଜେପିସିକୁ ପଠାଇବାକୁ ଆମେ କହିଥିଲୁ’ । ଜେପିସିକୁ ପଠାଯିବା ପରେ ଗୃହରେ ଆଗତ କରାଯାଇଛି । ‘ଆମେ ୩ଟି ସଂଶୋଧନ ପ୍ରସ୍ତାବ ଦେଇଥିଲୁ ସେଥିରୁ ୨ଟି ଗୃହୀତ ହୋଇଛି ।

ସୂଚନାଅନୁସାରେ ଆଜି ଲୋକସଭାରେ ଆଗତ ହେଲା ନାଗରିକତା ସଂଶୋଧନ ବିଲ୍ -୨୦୧୯ । ଗୃହମନ୍ତ୍ରୀ ଅମିତ୍ ଶାହା ଏହି ବିଲକୁ ଆଗତ କରିଛନ୍ତି ।

ବିଲ ଲାଗୁ ହେଲେ ଦେଶରେ ବେଆଇନ ଭାବେ ରହୁଥିବା ବିଦେଶୀ ନାଗରିକ ଦେଶରୁ ବିଦାହେବେ । ଏହା ସହିତ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନର ଅଣମୁସଲିମ୍ ଶରଣାର୍ଥୀମାନଙ୍କୁ ଭାରତରେ ନାଗରିକତା ପ୍ରଦାନ କରିବାର ବ୍ୟବସ୍ଥା ରହିଛି । ସଂଶୋଧିତ ବିଲରେ ଥିବା ବ୍ୟବସ୍ଥା ଅନୁଯାୟୀ ହିନ୍ଦୁ, ଶିଖ୍, ବୌଦ୍ଧ, ଜୈନ, ପାର୍ସୀ ଏବଂ ଖ୍ରୀଷ୍ଟିୟାନ ସମ୍ପ୍ରଦାୟର ଲୋକ ଯେଉଁମାନେ ୨୦୧୪ ଡିସେମ୍ବର ୩୧ ପର୍ୟ୍ୟନ୍ତ ପାକିସ୍ତାନ, ବାଂଲାଦେଶ ଏବଂ ଆଫଗାନିସ୍ଥାନରେ ନିର୍ୟାତିତ ହୋଇ ଭାରତ ଆସିଛନ୍ତି ସେମାନଙ୍କୁ ନାଗରିକତା ପ୍ରଦାନ କରାଯିବ ।

Share

Leave a Reply

Your email address will not be published. Required fields are marked *

8 + four =