ରାଜ୍ୟର ୩ଜିଲ୍ଲାରେ ହେବ ସୋରୋ ସର୍ଭେ

ଭୁବନେଶ୍ୱର: କେତେଜଣଙ୍କ ନିକଟରେ ପହଞ୍ଚିଛି କରୋନା ଭାଇରସ ତାହା ଜାଣିବା ଲାଗି ଆରମ୍ଭ ହେବ ସୋରୋ ସର୍ଭେ । ଏନେଇ ଗତକାଲି ସୂଚନା ଦିଆଯାଇଥିଲା । ତେବେ ଦେଶରେ ୭୦ ଓ ଓଡ଼ିଶାର ୩ ଜିଲ୍ଲାରେ ହେବ ଏହି ସର୍ଭେ । ରାୟଗଡ଼ା, ଗଞ୍ଜାମ ଓ କୋରାପୁଟରେ ହେବ ସୋରୋ ସର୍ଭେ । ଜୁନ୍ ୧୬, ୧୭ରୁ ଆରମ୍ଭ ହୋଇ ଏହି ସର୍ଭେ ଜୁନ ୨୧, ୨୨ ମଧ୍ୟରେ ଶେଷ ହେବାର ଲକ୍ଷ୍ୟ ରଖାଯାଇଛି । ୬ରୁ ଉର୍ଦ୍ଧ୍ୱ ପିଲାଙ୍କୁ ଏହି ସୋରେ ସର୍ଭେରେ ସାମିଲ କରାଯିବ । ଓଡ଼ିଶାର ଲଜିଷ୍ଟିକ ସର୍ପୋଟରେ ଆରଏମଆରସି ସର୍ଭେ କରିବ । ଆଜି ଏନେଇ ସୂଚନା ଦେଇଛନ୍ତି ଆରଏମଆରସି ନିର୍ଦ୍ଦେଶିକା ଡା. ସଙ୍ଘମିତ୍ରା ପତି ।

Share

Leave a Reply

Your email address will not be published. Required fields are marked *

nineteen + 14 =