କୋଭିଡ ପରିଚାଳନା କ୍ଷେତ୍ରରେ ଦେଶରେ ଓଡ଼ିଶା ପ୍ରଥମ

ଭୁବନେଶ୍ୱର: କୋଭିଡ ପରିଚାଳନା କ୍ଷେତ୍ରରେ ଦେଶରେ ପ୍ରଥମ ହୋଇଛି ଓଡ଼ିଶା । ଇଣ୍ଡିଆ ଟୁଡେ ମୁଡ ଅଫ ନେସନ ପୋଲରେ ଓଡ଼ିଆ ଏକ ନମ୍ବର ସ୍ଥାନରେ ରହିଛି । ଦ୍ୱିତୀୟରେ ରହିଛି ଆସାମ । ତୃତୀୟ ସ୍ଥାନରେ ଅଛି ଝାଡଖଣ୍ଡ । ଓଡ଼ିଶା ସରକାରଙ୍କ କୋଭିଡ ପରିଚାଳନାରେ ୭୩ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ଆସାମରେ ୭୨ ପ୍ରତିଶତ ଲୋକ ସନ୍ତୁଷ୍ଟ ବେଳେ ଝାଡଖଣ୍ଡରେ ୬୩ ପ୍ରତିଶତ ଲୋକ ସନ୍ତୁଷ୍ଟ ଅଛନ୍ତି । ପୂର୍ବରୁ ଜାନୁଆରୀ ମାସରେ ହୋଇଥିବା ଇଣ୍ଡିଆ ଟୁଡେ ମୁଡ ଅଫ ନେସନ ପୋଲରେ କୋଭିଡ ପରିଚାଳନା କ୍ଷେତ୍ରରେ ଓଡ଼ିଶା ପ୍ରଥମ ସ୍ଥାନରେ ଥିଲା । ୭ ମାସ ପରେ ମଧ୍ୟ ଓଡ଼ିଶା ପ୍ରଥମ ସ୍ଥାନ ବଜାୟ ରଖିଛି ।

Share

Leave a Reply

Your email address will not be published. Required fields are marked *

7 + fourteen =