୩ ଦିନ ଟୋଲ ଗେଟ ଫି ଛାଡ

ପୁରୀ()   ଗୁଣ୍ଡିଚା, ବାହୁଡା, ସୁନାବେଶ ଦିନରେ ଟୋଲ୍ ଗେଟ୍ ଫି ଛାଡ ହେବ । ପିପିଲି ଟୋଲ୍ ଗେଟ୍ ଦେଇ ଗଲେ କୌଣସି ଗାଡି ପାଇଁ ଟିକସ ପଡ଼ିବ ନାହିଁ । ତାସହ ରାଜପଥର ସୁରକ୍ଷା ଦୃଷ୍ଟିରୁ ୫ଟି ଆମ୍ବୁଲାନ୍ସର ବ୍ୟବସ୍ଥା କରାଯିବ । ଏ ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ।

ଆଜି ରଥଯାତ୍ରା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶେଷ ପ୍ରସ୍ତୁତି ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ରଥଯାତ୍ରା ନେଇ ସମସ୍ତ ବିଭାଗ ସହିତ ଆଲେ।ଚନା କରିଥିଲେ ମୁଖ୍ୟମନ୍ତ୍ରୀ । ରଥଯାତ୍ରା କିଭଳି ଶାନ୍ତିଶୃଂଖଳାରେ ସରିବ ସେନେଇ ଆଲେ।ଚନା ହେ।ଇଛି । ଏହି ବୈଠକରେ ଆଇନ୍, ଶକ୍ତି ଓ ସ୍ୱାସ୍ଥ୍ୟମନ୍ତ୍ରୀ ମାନେ ଉପସ୍ଥିତ ରହିଥିଲେ । ସେହିପରି ଭକ୍ତଙ୍କ ସୁରକ୍ଷା ପାଇଁ ୪ ଜଣ ଆଇଜିଙ୍କୁ ଦାୟିତ୍ୱ ଦିଆଯାଇଛି । ୧୫୫ ପ୍ଲାଟୁନ୍ ଫୋର୍ସ ଏବଂ ପୋଲିସ ଅଧିକାରୀଙ୍କ ୁମିଶାଇ ଏଥର ୧୦ ହଜାର ପୋଲିସ ରଥଯାତ୍ରାରେ ମୁତୟନ ରହିବେ ।

Share

Leave a Reply

Your email address will not be published. Required fields are marked *

15 + 20 =