କାର୍ତ୍ତିକ ଦ୍ୱିତୀୟ ସୋମବାରରେ ଖାଁ ଖାଁ ଶୈବପୀଠ

ଭୁବନେଶ୍ୱର: ଧର୍ମ କର୍ମର ମାସ କାର୍ତ୍ତିକ । ଏହି ମାସରେ ଭକ୍ତମାନେ ଶିବ ମନ୍ଦିରକୁ ଯାଇ ମହାଦେବଙ୍କ ଦର୍ଶନ କରିଥାନ୍ତି । ହେଲେ ଚଳିତବର୍ଷ ମଧ୍ୟ ଧବଳେଶ୍ୱରଙ୍କ ପୀଠରେ ମହାଦେବଙ୍କୁ ଦର୍ଶନ କରିପାରୁନାହାଁନ୍ତି ଭକ୍ତ । ଖାଁ ଖାଁ ହୋଇଛି ପୀଠ । କଟକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ୱରଙ୍କ ପୀଠରେ ଦ୍ୱିତୀୟ ସୋମବାର ପାଇଁ ୧୪୪ ଧାରା ଜାରି କରିଛି ଆଠଗଡ଼ ପ୍ରଶାସନ । ଏହି ସମୟରେ କେବଳ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରାଯିବ । ସେଥିପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ପୂଜକ ସମିତି ପକ୍ଷରୁ ଭୋର୍ ୪ଟାରୁ ସୁବାସିତ ୧୦୮ ଜଳରେ ବାବାଙ୍କୁ ସ୍ନାନ ପରେ ମଙ୍ଗଳାଆଳତୀ, ସକାଳ ଧୂପ, ବାଳଭୋଗ ଆଦି ସମସ୍ତ ନୀତିକାନ୍ତି ସମ୍ପନ୍ନ କରାଯାଇଛି । ଭୋର ୪ଟାରୁ ରାତ୍ର ୧୦ ଟା ପର୍ୟ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ।

Share

Leave a Reply

Your email address will not be published. Required fields are marked *

eleven + seventeen =