ଖୋର୍ଦ୍ଧା – ନୟାଗଡ଼ ରାସ୍ତାର ଦୁରାବସ୍ଥା ପ୍ରତି କାହାର ନଜର ନାହିଁ

ବେଗୁନିଆ () ଖୋର୍ଦ୍ଧରୁ ବଲାଙ୍ଗୀର ଯାଇଥିବା 57 ନମ୍ବର ଜାତୀୟ ରାଜପଥର ଅବସ୍ଥା ଦୀର୍ଘଦିନ ହେବ ବେହାଲ ହୋଇପଡିଛି । ମୁଖ୍ୟତଃ ଖୋର୍ଦ୍ଧରୁ ନୟାଗଡ଼ ପର୍ଯ୍ୟନ୍ତ ପ୍ରତିଦିନ ଏହି ରାସ୍ତାଦେଇ ନେତା, ମନ୍ତ୍ରୀ, ଓ ସରକାରୀ ଅଧିକାରୀ ଯାଉଥିବା ବେଳେ ଏହି ରାସ୍ତାପ୍ରତି କାହାର ନଜର ପଡୁନାହିଁ । ସରକାର ଦୁର୍ଘଟଣାକୁ ରୋକିବାକୁ ନୂତନ ମୋଟର ଯାନ ଆଇନରେ ହଜାର ହଜାର ଟଙ୍କା ଫାଇନ ଆଦାୟ ହେଉଥିବା ବେଳେ ରାସ୍ତାର ମରାମତି ହେଉନି ।

ରାସ୍ତାରୁ ପିଚୁ ଉଠିଗଲାଣି । ଅନ୍ୟଅର୍ଥରେ ଏହି ଜାତୀୟ ରାଜପଥ ଏବେ ଏକ ଗ୍ରାମ୍ୟ ରାସ୍ତାରେ ପରିଣତ ହୋଇଛି । ରାସ୍ତାକଡରେ ଦେଢଫୁଟର ଖଲ । ବହୁ ସମୟରେ ଏହି ଗାଢ଼ରେ ପଡି ଦୁଇଚାକିଆ ଯାନ ଚାଳକମାନେ ଦୁର୍ଘଟଣାର ସମ୍ମୁଖୀନ ହେଉଛନ୍ତି । ଜାତୀୟ ରାଜପଥ ଏହି ଦୁରାବସ୍ଥା ପ୍ରତି ଜାତୀୟ ରାଜପଥ ପ୍ରାଧିକାରଣ ଦୃଷ୍ଟି ଦେଉନି । ନୂଆ ମୋଟର ଯାନ ଆଇନରେ ଲୋକଙ୍କ ଠାରୁ ଫାଇନ ଆଦାୟ ହେଉଥିଲା ବେଳେ ରାସ୍ତା ମରାମତି ପ୍ରତି କାହାର ନିଘା ନାହିଁ । ଏନେଇ ସ୍ଥାନୀୟ ଅଞ୍ଚଳରେ ଜନ ଅସନ୍ତୋଷ ସୃଷ୍ଟି ହେଉଛି । ଆଇନ ଅନୁଯାୟୀ ଫାଇନ ଆଦାୟ ହେଉଥିବାରୁ ରାସ୍ତା ମରାମତି ଦାୟିତ୍ୱ କିଏ ନେବ ।

Share

Leave a Reply

Your email address will not be published. Required fields are marked *

seven + 16 =