ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ବିରୋଧୀ ଦଳର କୌଣସି ଆନ୍ତରିକତା ନାହିଁ

ଭୁବନେଶ୍ୱର () ବିଧାନସଭାରେ କୌଣସି ଗୁରୁତ୍ୱପୁର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନା କରିବା ପାଇଁ ବିରୋଧୀ ଦଳର କୌଣସି ଆନ୍ତରିକତା ନାହିଁ ବରଂ ବିଧାନସଭାରେ କେବଳ ନାରାବାଜୀ କରିବା ଏକମାତ୍ର ଲକ୍ଷ୍ୟ ବୋଲି ବିଜେଡି ବିଧାୟକ ଅତନୁ ସବ୍ୟସାଚୀ ନାୟକ କହିଛନ୍ତି । ବିଧାନସଭାରେ ବିରୋଧୀ ଦଳର ହଙ୍ଗାମା ସମ୍ପର୍କରେ ଉଲ୍ଲେଖ କରି ସେ କହିଛନ୍ତି ଯେ, ଆଜି ବିଧାନସଭାରେ ଘରୋଇ ବିଭାଗ ଓ ସାଧାରଣ ପ୍ରଶାସନ ବିଭାଗର ବଜେଟ ଉପରେ ଆଲୋଚନା ହେବାର ଥିଲା । ବିରୋଧୀ ଦଳ ସେହି ଆଲୋଚନାରେ ଅଂଶ ଗ୍ରହଣ କରି ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ଠାରୁ ଆରମ୍ଭ କରି ନୟାଗଡ ଘଟଣା ପର୍ଯ୍ୟନ୍ତ ବିଭିନ୍ନ ବିଷୟରେ ଆଲୋଚନା କରିପାରିଥାନ୍ତେ ।

 

ସରକାରଙ୍କ କାର୍ଯ୍ୟର ତର୍ଜମା ଓ ପର୍ଯ୍ୟାଲୋଚନା ମଧ୍ୟ କରିପାରିଥାନ୍ତେ । ସରକାର ମଧ୍ୟ ଏସମ୍ପର୍କରେ ତାଙ୍କର ଉତ୍ତର ଦେଇଥାନ୍ତେ । କିନ୍ତୁ ବିରୋଧୀ ଦଳ ତାନକରି କେବଳ ନାରାବାଜୀ କରି ଗୃହରେ ବିଶୃଙ୍ଖଳା ସୃଷ୍ଟି କରିବା ଦ୍ୱାରା ସେ ସୁଯୋଗ ସେମାନେ ହାତଛଡା କରୁଛନ୍ତି ।
ନୟାଗଡ ଘଟଣାରେ ଏସଆଇଟି(SIT) ତଦନ୍ତ କରିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ପରେ ଏଭଳି ନାରାବାଜୀ କରିବା କୌଣସି କାରଣ ନାହିଁ ବୋଲି ଅତନୁ କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

7 − five =