ଏଣିକି ଆଧାର ମାଧ୍ୟମରେ ତୁରନ୍ତ ମିଳିବ ଇ-ପାନ୍

ନୂଆଦିଲ୍ଲୀ()   ଯଦି ଆପଣଙ୍କ ପାଖରେ ଆଧାର ରହିଛି ତେବେ ଇ-କେୱାଇସି ଜରିଆରେ ତତ୍କାଳ ପାନ୍ ନମ୍ବର ଜାରି କରିବା ବ୍ୟବସ୍ଥାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆରମ୍ଭ କରିଛନ୍ତି। ଏହି ସୁବିଧା ବୈଧ ଆଧାର ନମ୍ବର ଏବଂ ସେଥିରେ ପଞ୍ଜୀକୃତ ମୋବାଇଲ ନମ୍ବର ଧାରକଙ୍କୁ ମିଳିପାରିବ। ଏହି ନମ୍ବର ପ୍ରଦାନ ପ୍ରକ୍ରିୟାରେ ଇ-ପାନ୍ ନମ୍ବର ଆବେଦନକାରୀଙ୍କୁ ବିନା ମୂଲ୍ୟରେ ଯୋଗାଇ ଦିଆଯିବ। ଚଳିତ ବର୍ଷ ବଜେଟରେ ଏବିଷୟରେ ଘୋଷଣା କରାଯାଇଥିଲା। ଏହି ବ୍ୟବସ୍ଥାକୁ ପରୀକ୍ଷାମୂଳକ ଭାବେ ଗତ ଫେବୃଆରୀରୁ ଆରମ୍ଭ କରାଯାଇଛି। ଆୟକର ବିଭାଗ ଦ୍ବାରା ଇ-ଫାଇଲିଂ ପାଇଁ ଏହାକୁ କାର୍ଯ୍ୟକାରୀ କରାଯାଇଥିଲା।

ସେବେଠାରୁ ଚଳିତ ମାସ ୨୫ ମଧ୍ୟରେ ମାତ୍ର ୧୦ ମିନିଟ୍ ଭିତରେ ୬,୭୭,୬୮୦ ପାନ୍ ନମ୍ବର ଜାରି କରାଯାଇଛି। ତତ୍କାଳ ପାନ୍ ପାଇବାକୁ ଇଚ୍ଛୁକ ବ୍ୟକ୍ତି ଆୟକର ବିଭାଗର ଇ-ଫାଇଲିଂ ୱେବସାଇଟକୁ ଯାଇ ତାଙ୍କର ବୈଧ ଆଧାର ନମ୍ବର ଓ ପରେ ପରେ ତାଙ୍କର ଆଧାର ପଞ୍ଜୀକୃତ ମୋବାଇଲରେ ଆସିଥିବା ଓଟିପିକୁ ଦେବେ । ଯାହାଦ୍ବାରା OTP ଜନରେଟ ହେବ ଏବଂ ଆପଣଙ୍କ E-PAN କିଛି ମିନିଟ୍ ରେ ଜାରି ହୋଇଯିବ। ଏହି ସେବା ସେହି ଲୋକମାନଙ୍କ ପାଇଁ ଯେଉଁ ଲୋକମାନେ ଏପର୍ଯ୍ୟନ୍ତ PAN କାର୍ଡ କରିନାହାନ୍ତି। ଏହି ପଦ୍ଧତି ସଫଳତାର ସହିତ କରିସାରିବା ପରେ ଏକ ୧୫ ଅଙ୍କ ବିଶିଷ୍ଟ ସ୍ଵୀକାରୋକ୍ତି ନମ୍ବର ସୃଷ୍ଟି ହେବ । ଯଦି ଆବଶ୍ୟକ ହୁଏ, ଆବେଦନକାରୀ ଯେକୌଣସି ସମୟରେ ତାଙ୍କ ବୈଧ ଆଧାର କାର୍ଡ ନମ୍ବର ଦେଇ ଏହାର ସ୍ଥିତି ସମ୍ପର୍କରେ ଜାଣିପାରିବେ ଓ ନମ୍ବର ପ୍ରଦାନ କରାଗଲା ପରେ ଏହି ଇ-ପାନ୍ ନମ୍ବରକୁ ଡାଉନ୍ଲୋଡ କରିପାରିବେ । ଆଧାର ସହିତ ଯଦି ଆବେଦନକାରୀଙ୍କ ଇ-ମେଲ ଆଇଡି ପଞ୍ଜୀକୃତ ହୋଇଥାଏ ତେବେ ସେଥିରୁ ମଧ୍ୟ ଇ-ପାନ୍ ଡାଉନ୍ଲୋଡ୍ କରିପାରିବେ।

ଏପର୍ଯ୍ୟନ୍ତ ୨୫ ମଇ ଯାଏଁ ୫୦.୫୨ କୋଟି ପାନ୍‌ କାର୍ଡ ବଣ୍ଟନ ହୋଇସାରିଲାଣି। ଏଥିମଧ୍ୟରୁ ୪୯.୩୯ କୋଟି ପାନ୍‌ ବ୍ୟକ୍ତିଗତ ସ୍ତରରେ ଆବଣ୍ଟନ କରାଯାଇଛି। ଏହାଛଡା ୩୧.୧୭ କୋଟିରୁ ଅଧିକ ପାନ୍‌ ଆଧାର ଲିଙ୍କ କରାଯାଇଛି। ଆଧାର ପାନ୍‌ ‌ ଲିଙ୍କ ପାଇଁ ଶେଷ ତାରିଖ ୩୦ ଜୁନ ୨୦୨୦ ପର୍ଯ୍ୟନ୍ତ ରହିଛି।

Share

Leave a Reply

Your email address will not be published. Required fields are marked *

one × two =