ସୋସିଆଲ ମଡିଆରେ ନେତା ଟର୍ଣ୍ଣଣ୍ଡ ଆଙ୍କରଙ୍କ ଲଢେଇ

ଭୁବନେଶ୍ବର () ଦଳର ପ୍ରଚାର ଏବଂ ପ୍ରସଙ୍ଗକୁ ଲୋକଙ୍କ ପାଖରେ ପହଁଚାଇବାକୁ ନେଇ ନେତାମାନେ ଆଙ୍କର ସାଜିଛନ୍ତି । ଦେଖିବାକୁ ଗଲେ ଏକ ପ୍ରକାର ଟିଭି ସୋର ଆୟୋଜନ କରୁଛନ୍ତି ବିଭିନ୍ନ ଦଳର ନେତାମାନେ । ଫରକ ଏତିକି ସେମାନଙ୍କ ଏହି କାର୍ଯ୍ୟକ୍ରମ କୌଣସି ସାଟେଲାଇଟ କିମ୍ବା ଡିଜିଟାଲ ଚ୍ୟାନେଲରେ ଚାଲୁନି । କିନ୍ତୁ ସୋସିଆଲ ମିଡିଆରେ ଛାଇଦେଉଛନ୍ତି । ଠିକ ଏମିତ ଏକ ଚିତ୍ର ଦେଖିବାକୁ ମିଳିଛି ବିଜେପି ଓ ବିଜେଡି ନେତାଙ୍କ ମଧ୍ୟରେ । ବିଜେଡି ମୁଖପାତ୍ର ସସ୍ମିତ ପାତ୍ରଙ୍କ ମହାନଦୀ ବନାମ ବିଜେଡି ମୁଖପାତ୍ର ଗୋଲକ ମହାପାତ୍ରଙ୍କ ଗୁରୁପ୍ରିୟା । ଏ

ମିତି ପ୍ରତିଯୋଗିତା ଚାଲିଛି ବିଜେଡି ଓ ବିଜେପି ମଧ୍ୟରେ ।  ନା ମହାନଦୀ ନା ଗୁରୁପ୍ରିୟା କୌଣସି ଗୋଟିଏ ସମସ୍ୟା ଦୂର ହେଉନି  । ହେଲେ ଏହାକୁ ନେଇ ବିଜେଡି-ବିଜେପି ରାଜନୀତି କରିବାରେ ଲାଗିପଡିଛନ୍ତି । ଓଡିଶା ଯୁଆଡେ ଯାଉଛି ଯାଉ, ଲୋକଙ୍କୁ ନିଜ ନିଜ ବାଟରେ ପ୍ରଭାବିତ କରିବାକୁ ଉଭୟ ଦଳ ଚେଷ୍ଟା ଚଳାଉଛନ୍ତି ।

ମହନଦୀ ପ୍ରସଙ୍ଗରେ ରାଜ୍ୟ ବିଜେଡି ଆରମ୍ଭରୁ ଲଢେଇ ଜାରି ରଖିଛି । ଏହି ପ୍ରସଙ୍ଗରେ ବିଭିନ୍ନ ପର୍ଯ୍ୟାୟରେ ଦଳ ଆନ୍ଦୋଳନ କରିଛି । ବିଜେଡି ଓ ରାଜ୍ୟ ସରକାରଙ୍କ ମାନିବା ହେଉଛି, ମହାନଦୀର ଉପମୁଣ୍ଡରେ ଛତିଶଗଡ ସରକାର କରୁଥିବା ବ୍ୟାରେଜ ଓ ଡ୍ୟାମ ପ୍ରକଳ୍ପ ଯୋଗୁଁ ମହାନଦୀର ଜଳପ୍ରବାହ କମୁଛି । ଫଳରେ ଏହା ଉପରେ ନିର୍ଭର କରି ଜୀବନଜୀବିକା ଚଳାଉଥିବା ଲକ୍ଷାଧିକ ପରିବାର ଏବେ କ୍ଷତିଗ୍ରସ୍ତ ହୋଇଛନ୍ତି । କେବଳ ଏତିକି ନୁହେଁ, ମହାନଦୀର ଗର୍ଭ ବି ଏବେ ଶୁଖିଲା ପଡିଛି  । ବସ୍ତୁତଃ ଏହା ମରୁଭୂମୀ ପ୍ରାୟ ଦୃଶ୍ୟମାନ ହେଉଛି । ଏସବୁ କଥାକୁ ନେଇ ବିଜେଡି ପଲ୍ଲୀରୁ ଦିଲ୍ଲୀ ଯାଏଁ ଲଢେଇ କରିଛି । ଏହାଦ୍ବାରା ରାଜନୀତିର ଉଦ୍ଦେଶ୍ୟ ପୂରଣ କେତେ ହୋଇଛି ତା ପରବର୍ତ୍ତି କଥା । କିନ୍ତୁ ସାଧାରଣ ଲୋକ ବିଜେଡି ସମର୍ଥନରେ ବାହାରିଛନ୍ତି । ଏହି ଆନ୍ଦୋଳନକୁ ଆଉ ପାଦେ ଆଗକୁ ନେବାକୁ ବିଜେଡି ନେତାମାନେ ସୋସିଆଲ ମିଡିଆରେ ଟିଭି ସୋ କରିବାକୁ ବାହାରି ପଡିଛନ୍ତି । ବିଭିନ୍ନ ନ୍ୟୁଜ ଚ୍ୟାନେଲରେ ଯେପରି କାର୍ଯ୍ୟକ୍ରମର ଆୟୋଜନ ହୁଏ, ଠିକ ସେହିଭଳି ମହାନଦୀ ଗର୍ଭରୁ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛନ୍ତି ବିଜେଡି ମୁଖପାତ୍ର ସସ୍ମିତ ପାତ୍ର । ଫରକ ଏତିକି ଏହା କୌଣସି ଟିଭି ଚ୍ୟାନେଲରେ ପ୍ରଦର୍ଶିତ ହୋଇନି । କିନ୍ତୁ ସୋସିଆଲ ମିଡିଆରେ ଏହାର ବହୁ ଫଲୋଅର ଜୁଟିଛନ୍ତି ।

ସସ୍ମିତଙ୍କ ଏହି ସୋକୁ କାଉଣ୍ଟର କରିବାକୁ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର ବି ଗୁରୁପ୍ରିୟା ପ୍ରସଙ୍ଗକୁ ଧରି ଆଗେଇ ପଡିଛନ୍ତି । ସେ କିନ୍ତୁ ଗୁରୁପ୍ରିୟାକୁ ଯାଇନାହାଁନ୍ତି । ସେ ଏକ କ୍ରୋମା ବ୍ୟାକଗ୍ରାଣ୍ଡରେ ଏହି କାର୍ଯ୍ୟକ୍ରମରେ ଆଙ୍କରି କରିଛନ୍ତି । ଗୁରୁପ୍ରିୟା ସେତୁ ନିର୍ମାଣକୁ ଦେଶ ବିଦେଶରୁ ପ୍ରସଂଶା ମିଳୁଥିବା ବେଳେ ଏହାର ନିର୍ମାଣରେ ହୋଇଥିବା ଦୁର୍ନୀତିକୁ ପ୍ରସଙ୍ଗକୁ କରିଛନ୍ତି ଗୋଲକ । ପ୍ରିନସିପାଲ ଆକାଉଟାଣ୍ଟ ଜେନେରାଲଙ୍କ ଚିଠା ରିପୋର୍ଟ ଆଧାରରେ ଏଥିରେ ଦୁର୍ନୀତି ହୋଇଥିବା ଦାବି କରିଛନ୍ତି ଗୋଲକ । ସେ ମଧ୍ୟ ନିଜର ଏହି ସୋକୁ ଫେସବୁକରେ ସେୟାର କରିଛନ୍ତି ।

Share

Leave a Reply

Your email address will not be published. Required fields are marked *

16 + 10 =