“କାଳିଆ” ଯୋଜନା ଦ୍ବାରା ଦାରିଦ୍ର୍ୟ ଉପରେ ସିଧାସଳଖ ହେବ ଆକ୍ରମଣ, କେମିତ ପଢନ୍ତୁ

ଭୁବନେଶ୍ବର () ଚାଷୀ ଓ ଚାଷ ପାଇଁ ରାଜ୍ୟ ସରକାରଙ୍କ ନୂଆ ଯୋଯନା “କାଳିଆ” (Krushak Assistance for Livelihood and Income Augmentation) । କୃଷି ଓ କୃଷକଙ୍କ ଆର୍ଥିକ ଓ ସାମାଜିକ ଅଭିବୃଦ୍ଧି ପାଇଁ ଏହି ଯୋଜନାକୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ମଞ୍ଜୁରୀ ମିଳିଛି । ୨୦୨୦-୨୧ ପର୍ଯ୍ୟନ୍ତ ଏହି ଯୋଜନା କାର୍ଯ୍ୟକାରୀ ହେବାକୁ ଲକ୍ଷ ରଖାଯାଇଥିବା ବୈଳେ ୧୦ହଜାର କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ୫ଟି ପର୍ଯ୍ୟାୟରେ ଚାଷୀଙ୍କୁ ଦିଆଯିବ ସହାୟତା ।

ଚାଷ କାର୍ଯ୍ୟ ଓ ଚାଷିଙ୍କ ସହାୟତା ବାବଦରେ  ପ୍ରତି ପରିବାର କୁ ୧୦ହଜାର ଟଙ୍କା ସହାୟତା ମିଳିବ । ଖରିଫ ଓ ରବି ପାଇଁ ୫ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯିବ । ଏହା ଦ୍ବାରା ୩୦ଲକ୍ଷ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଉପକୃତ ହେବେ । ଏହି ସହୟତାକୁ ଚଳିତ ବର୍ଷରୁ ୨୦୨୧ -୨୨ ପର୍ଯ୍ୟନ୍ତ ୩ ବର୍ଷ ଦିଆଯିବ ।

ଭୂମିହୀନ ପରିବାର ପାଇଁ ଜୀବିକା ସହୟତା ବାବଦରେ କାଳିଆ ଯୋଯନା ଦ୍ଵାରା ୧୦ଲକ୍ଷ ଭୂମିହୀନ ପରିବାରକୁ ପରିବାର ପିଛି ୧୨,୫୦୦ ଟଙ୍କା ସହାୟତା ଦିଆଯିବ । ଛେଳି ପାଳନ ଅଣ୍ଡା ଉତ୍ପାଦନ ,ବତକ ଚାଷ ମାଛ ,ଛତୁ ଓ ମହୁ ଚାଷ ପାଇଁ ଏହି ସହାୟତା ଦିଆଯିବ । ଏହି ଯୋଜନାରେ ୩ ବର୍ଷରେ ୧୨ଶହ ୫୦କୋଟି ଖର୍ଚ୍ଚ ହେବ ।

ଭୂମିହୀନ ଶ୍ରମିକ ଓ ଅକ୍ଷମତା ଓ ବୃଦ୍ଧାବସ୍ତା ପାଇଁ ଚାଷ କାର୍ଯ୍ୟ କରିପାରୁନଥିବା ଭୂମିହିନ ଚାଷୀ ପରିବାରକୁ ବାର୍ଷିକ୧୦ହଜାର ଟଙ୍କା ସହାୟତା ଦିଆଯିବ । ଏହା ଦ୍ଵାରା ୧୦ ଲକ୍ଷ ପରିବାର ଉପକୃତ ହେବେ ଏବଂ ୧ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ । ଉଭୟ ଚାଷି ଓ ଭୂମିହୀନ କୃଷି ଶ୍ରମିକମାନଙ୍କ ପାଇଁ ୨ଲକ୍ଷ ଟଙ୍କା ର ଜୀବନ ବିମା ଓ ଦୃର୍ଘଟଣା ପାଇଁ ୨ ଲକ୍ଷ ଟଙ୍କାର ବିମା ସୁରକ୍ଷା ଦିଆଯିବ । ଏହାଦ୍ବାରା ୫୭ଲକ୍ଷ ଚାଷୀ ପରିବାର ଉପକୃତ ହେବେ

ଚାଷୀଙ୍କୁ ଏଣିକି ୫୦ହଜାର ଟଙ୍କା ପର୍ଯନ୍ତ ବିନା ସୁଦ୍ଧରେ ଫସଲ ଋଣ ଦିଆଯିବ । ଏଥିରେ ୩ ବର୍ଷରେ ୧୦ହଜାର ୨ଶହ ୮୦ କୋଟି ଖର୍ଚ୍ଚ ହେବ । କାଳିଆ ଯୋଜନାରେ ରାଜ୍ୟର ପ୍ରାୟ ୯୨ପ୍ରତିଶତ  ଚାଷି ଓ ସମସ୍ତ ଭୂମିହୀନ ପରିବାର ସାମିଲ ହେବେ ।

https://youtu.be/8mTlkJKmnlE

Share

Leave a Reply

Your email address will not be published. Required fields are marked *

3 × 1 =