ଅପଷ୍ଟକ୍ସ ପକ୍ଷରୁ “କଟ୍ ଦି କିଟ୍ କିଟ୍‌” ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ ଓ ଉଚ୍ଚ ମାନ୍ୟତାପ୍ରାପ୍ତ ଟ୍ରେଡିଂ ଓ ନିବେଶ ପ୍ଲାଟଫର୍ମ ଅପ୍‌ଷ୍ଟକ୍ସ ପକ୍ଷରୁ ଅଭିନବ ବ୍ରାଣ୍ଡ୍ ଅଭିଯାନ “କଟ୍ ଦି କିଟ୍ କିଟ୍‌, ଗେଟ୍ ଦି ମାର୍କେଟ୍‌”କୁ ଉନ୍ମୋଚନ କରାଯାଇଛି । ଏହି ଅଭିଯାନ ଜରିଆରେ ବଜାର କୋଳାହଳ ଓ ଅତ୍ୟଧିକ ସୂଚନାରୁ ଆଗକୁ ବଢ଼ି ସଠିକ୍ ନିବେଶ ଲାଗି ଖୁଚୁରା ନିବେଶକମାନଙ୍କୁ ସାହାଯ୍ୟ କରିବା ଲାଗି ଅପଷ୍ଟକ୍ସ ଲକ୍ଷ୍ୟ ରଖିଛି ।
ଏକ ଅନୁଧ୍ୟାନରୁ ଜଣାଯାଇଛି, ଯେ ମିସ୍ ସେଲିଂ, ବିଭ୍ରାନ୍ତୀକର ପରାମର୍ଶ, ଅତ୍ୟଧିକ ସୂଚନା ଏବଂ ଜଟିଳ ଶବ୍ଦ ନିବେଶ ସଫଳତା ପଥରେ ଏକ କଂଟା ଭଳି । ସେଥିପାଇଁ ଅନେକ ସମୟରେ ଏଭଳି ନିଷ୍ପତି ନେବାକୁ ପଡ଼ିଥାଏ ଯାହା ଲୋକଙ୍କ ଆର୍ଥିକ ଲକ୍ଷ୍ୟ ସହ ସମନ୍ୱିତ ହୋଇପାରିନଥାଏ ।
ଗ୍ରାହକମାନେ ପ୍ରାୟତଃ ମ୍ୟୁଚୁଆଲ ଫଣ୍ଡରେ ନିବେଶ କରିବା ସମୟରେ ଅତ୍ୟାବଶ୍ୟକ ବିପଦ ଏବଂ ଖର୍ଚ୍ଚ ଅପେକ୍ଷା ରିଟର୍ଣ୍ଣକୁ ପ୍ରାଥମିକତା ଦିଅନ୍ତି । ସେହିଭଳି ଉପଯୁକ୍ତ ମୂଲ୍ୟାୟନ ନକରି ସେମାନେ ୧ କୋଟି ଟଙ୍କାର ଟର୍ମ ଇନସ୍ୟୁରାନ୍ସ ପ୍ଲାନ୍ ବାଛନ୍ତି । ଏଭଳି ଅଭ୍ୟାସ ଯୋଗୁଁ ନିବେଶକମାନଙ୍କ ମଧ୍ୟରେ ଅସନ୍ତୁଷ୍ଟତା ଦେଖାଦେଇଥାଏ । ଏହି ଆହ୍ୱାନଗୁଡ଼ିକୁ ସ୍ୱୀକାର କରି ଅପ୍‌ଷ୍ଟକ୍ସ ଏହାର ଗ୍ରାହକମାନଙ୍କୁ ପଦକ୍ଷେପ ନେଇଛି । କମ୍ପାନି ବଜାରର କିଟ୍‌-କିଟ୍ (ଶବ୍ଦ) ହ୍ରାସ କରିବାକୁ ଚାହୁଁଛି ଏବଂ ଗ୍ରାହକଙ୍କ ପାଇଁ ଉପଯୁକ୍ତ ଉପକରଣରେ ନିବେଶ କରି ସମ୍ପତି ସୃଷ୍ଟି ପାଇଁ ଉତ୍ସାହିତ କରିବାକୁ ଚାହୁଁଛି ।
ନିବେଶକମାନଙ୍କ ପାଖରେ ଏହି ବାର୍ତା ପହଂଚାଇବା ପାଇଁ ଅପ୍‌ଷ୍ଟକ୍ସ ପକ୍ଷରୁ “କଟ୍ ଦ କିଟ୍ କିଟ୍‌, ଗେଟ୍ ଇନ୍ ଦି ମାର୍କେଟ”କୁ ନେଇ ଏକ ଭିଡିଓ ଶୁଭାରମ୍ଭ କରାଯାଇଛି । ଏହି ଭିଡିଓରେ ଏକ ଥିଏଟର ସେଟିଂର ଜୀବନ୍ତ ବାତାବରଣ ମଧ୍ୟରେ ମ୍ୟୁଚୁଆଲ ଫଣ୍ଡରେ ନିବେଶ ବିଷୟରେ ଉଲ୍ଲେଖ କରିବା ଦ୍ୱାରା କଳାକାର ଏବଂ ଦର୍ଶକଙ୍କଠାରୁ “କିଟ୍ କିଟ୍‌” ପ୍ରତିକ୍ରିୟା ପ୍ରକାଶ ପାଉଛି । ଆଗାମୀ କିଛି ସପ୍ତାହ ମଧ୍ୟରେ କମ୍ପାନି ଆଉ ଦୁଇଟି ଭିଡିଓ ଶୁଭାରମ୍ଭ କରିବା ଯୋଜନା କରୁଛି । ପୁଞ୍ଜିନିବେଶ କ୍ଷେତ୍ରରେ ଲୋକମାନେ କିପରି ସଠିକ୍ ସୂଚନା ସହିତ ସଂଘର୍ଷ କରନ୍ତି, କିନ୍ତୁ ଅପ୍‌ଷ୍ଟକ୍ସ ସହିତ କିପରି ସଂଘର୍ଷ କରନ୍ତି ତାହା ଏହି ଚଳଚ୍ଚିତ୍ରରେ ଦର୍ଶାଯିବ ।
ଏହି ଅଭିଯାନର ଶୁଭାରମ୍ଭ ଅବସରରେ ଅପ୍‌ଷ୍ଟୋକ୍ସର ସହ-ପ୍ରତିଷ୍ଠାତା କବିତା ସୁବ୍ରମଣ୍ୟମ କହିଛନ୍ତି ଯେ, “ଭାରତ ପାରମ୍ପରିକ ଭାବେ ନିବେଶକଙ୍କ ପରିବର୍ତେ ସଂଚୟକାରୀଙ୍କ ଦେଶ । ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିବନ୍ଧକ ହେଉଛି ସ୍ପଷ୍ଟ, ଉପଲବ୍ଧ ସୂଚନାର ଅଭାବ । ତାହା ନିବେଶ ନିଷ୍ପତିକୁ ପ୍ରଭାବିତ କରିଥାଏ । ଅପଷ୍ଟକ୍ସର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଭାରତୀୟଙ୍କୁ ସଠିକ ଜ୍ଞାନ ଏବଂ ଉପକରଣ ସହିତ ସଶକ୍ତ କରିବା ଏବଂ ସାଧାରଣ କ୍ଷତିକୁ ଏଡ଼ାଇବା ଏବଂ ସମସ୍ତ ସମ୍ପତି ବର୍ଗରେ ବୁଦ୍ଧିମତା ସହିତ ନିବେଶ କରିବା ।”

Share

Leave a Reply

Your email address will not be published. Required fields are marked *

three − two =