୧୪ରେ ପରଦାକୁ ଆସୁଛି ‘ମନ ମୋ ନେଇ ଗଲୁରେ’

ଭୁବନେଶ୍ୱର : ଦଶହରା ସିନେ ବଜାରରେ ଧମାକା କରିବାକୁ ପ୍ରେକ୍ଷାଳୟକୁ ଆସୁଛି ଓଡ଼ ିଆ ଚଳଚ୍ଚିତ୍ର ‘ମନ ମୋ
ନେଇଗଲୁ ରେ’ । ସୁମା ରିଅଲ୍ ମିଡିଆର ଦ୍ୱ ିତୀୟ ଅବଦାନରେ ପ୍ରସ୍ତୁ ତ ପ୍ରଫେସର (ଡ.) ମନୋଜରଞ୍ଜନ ନାୟକଙ୍କ ନିବେଦିତ ଏହି ଚଳଚ୍ଚିତ୍ରଟି ରାଜ୍ୟର ବିଭିନ୍ନ ହଲ୍ରେ ଆସନ୍ତା ୧୪ରେ ମୁ କ୍ତିଲାଭ କରୁଛି । ଶି କ୍ଷା ଓ ଅନୁସନ୍ଧାନ (ସୋଆ)ର ଆଇବି ସିଏସ୍ କ୍ୟାମ୍ପସ୍ ସମ୍ମିଳନୀ କକ୍ଷରେ ଏହାର ଅଡିଓ ରିଲିଜ୍ ହୋଇଯାଇଛି । ଏହି ଅବସରରେ ଚଳଚ୍ଚିତ୍ର ର ରି ଲିଜ୍ ତାରିଖ ଘୋଷଣା ହୋଇଛି ।ଏହି କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅସି ତ କୁମାର ତ୍ରିପାଠୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଚଳଚ୍ଚିତ୍ରର ସଫଳତା କାମନା ପୂର୍ବକ ଅଡିଓ ରିଲିଜ୍ କରିଥିଲେ । ଏଥି ସହିତ ସୁମା ରିଅଲ୍ ମିଡିଆର ମ୍ୟୁଜିକ୍ ଚ୍ୟାନେଲ୍ ‘ଏସ୍ଆର୍ଏମ୍’ର ଲୋଗୋ ମଧ୍ୟ ଉନ୍ମୋଚନ କରି ଥିଲେ ।

ପ୍ରାରମ୍ଭିକ କାର୍ଯ୍ୟକ୍ରମ ପରେ ସି ନେ ନିର୍ମାଣ ଟିମ୍ ଚଳଚ୍ଚିତ୍ର ସମ୍ପର୍କରେ ଅନୁଭୂତି ବଖାଣି ଥିଲେ । ଏହି ଅବସରରେ ସୁମା
ରିଅଲ୍ ମିଡିଆର ସିଇଓ ତଥା ସିନେମାର ପ୍ରଯୋଜକ ସୁନୀଲ ଦାସ କହିଥିଲେ ଯେ ପ୍ରଫେସର ନାୟକଙ୍କ ପ୍ରେରଣା ଓ
ତତ୍ୱ ୍ୱାବଧାନରେ ଏହି ଚଳଚ୍ଚିତ୍ର ଟି ନିର୍ମାଣ ହୋଇଛି । ଏହା ସଂସ୍ଥାର ଦ୍ୱ ିତୀୟ ଚଳଚ୍ଚି ତ୍ର । ପ୍ରଥମ ଚଳଚ୍ଚି ତ୍ର ଥିଲା ‘ଫେରି ଆ’ । ଯାହକିି ରାଜ୍ୟ ଚଳଚ୍ଚିତ୍ର ପୁରସ୍କାରରେ ୬ଟି ପୁରସ୍କାର ପାଇବା ସହ ସଫଳତା ସାଉଁଟି ଥିଲା ।
ଚଳଚ୍ଚି ିତ୍ରର କାହାଣୀକାର ଦିଲ୍ଲୀପ କୁମାର ଦାସ କହିଛନ୍ତି, ଏଥି ରେ ଅନେକ ସାମାଜିକ ବାର୍ତା ରହିଛି । ତା’ ସହିତ କଲେଜ ଜୀବନରେ ପିଲାମାନେ କିପରି ଚାକଚକ୍ୟ ଭି ତରେ ନିଜ ଭବିଷ୍ୟତ ସହ ଖେଳନ୍ତି, ତାହା ଚିତ୍ରଣ କରାଯାଇଛି । ଯାହାକୁ ଦେଖି ସେନ୍ସର୍ ବୋର୍ଡ ସଦସ୍ୟ ବହୁ ପ୍ରଶଂସା କରିଛନ୍ତି । ସିନେମାର ନିର୍ଦ୍ଦେଶକ ତଥା ଓଲିଉଡ ଗିମିକ୍ ମାଷ୍ଟର୍ ଡ. ସଞ୍ଜୟ ନାୟକ କହିଛନ୍ତି, ଚଳଚ୍ଚିତ୍ର ର ପ୍ରତ୍ୟେକ ଦିଗକୁ ଗୁରୁତ୍ୱ ଦି ଆଯାଇଛି । କଳାକାର ଚୟନ, ସଙ୍ଗୀତ, କାହାଣୀ, ପୋଷାକ, ଲୋକେସନ୍ ଓ ନିର୍ଦ୍ଦେଶନା ସବୁ ଦିଗପ୍ରତି ଧ୍ୟାନ ଦି ଆଯାଇଛି । କରୋନା କାରଣରୁ ଦୀର୍ଘସମୟ ପ୍ରେ କ୍ଷାଳୟ ବନ୍ଦ ରହିଥିଲା ।ଏବେ ସ୍ଥିତି କିଛିଟା ସାଧାରଣ ହେବାକୁ ଯାଉଛି । ତେଣୁ ଦଶହରାରେଏହି ଚଳଚ୍ଚି ତ୍ର ବ୍ୟବସାୟିକ ସଫଳତା ପାଇବ ବୋଲି ଆଶା କରାଯାଏ ।
ସବୁ ରେକର୍ଡ ଭାଙ୍ଗି ଏକ ନୂଆ କୀତି ର୍ମାନ ସ୍ଥାପନ ହେବ ବୋଲି ପୁରା ଟିମ୍ ଆଶାବାଦୀ ଅଛନ୍ତି । ସିନେମାର ସଙ୍ଗୀତ ନିର୍ଦ୍ଦେଶକ ବୈଦ୍ୟନାଥ ଦାସ କହିଛନ୍ତି, ମୋ କ୍ୟାରିଅରର ପ୍ରଥମ ସିନେମା ଦଶହରା ପୂଜାରେ ରିଲି ଜ୍ ହେଉଛି । ଏଥିପାଇଁ ମୁ ଁ ଯେତିକି ଉତ୍ସାହିତ ତା’ଠୁ ବେଶି ଖୁସି ଦୀର୍ଘଦିନ ପରେ ପୁଣି ପ୍ରେ କ୍ଷାଳୟ ପୂରି ଉଠିବାକୁ ଯାଉଛି । ସିନେମାର ଶୀର୍ଷକ ସଙ୍ଗୀତକୁ ମିଶାଇ ମୋଟ୍ ୪ଟି ଗୀତ ରହିଛି । ଚେଷ୍ଟା କରିଛି ପ୍ରତି ଟି ଗୀତ ଭି ନ୍ନ କରିବାକୁ । କାରଣ ଡ. ସଞ୍ଜୟ ନାୟକଙ୍କ ସିନେମା ମାନେ ଗୀତ ନିଶ୍ଚୟ ହିଟ୍ ଏବଂ ନିଆରା ହେବା ଆବଶ୍ୟକ । ତେଣୁ ସେହି ବିଶ୍ୱାସ ଓ ଭରସା ରଖି ଭଲପାଇବା ଦେବେ ବୋଲି ଆଶା । ଏହାର ଗୀତ ରଚନା କରିଛନ୍ତି ଅରୁଣ ମନ୍ତ୍ରୀ, ତପୁ ନାୟକ, ପ୍ରମୋଦ ପରିଡ଼ା ଓ ନିଜେ ଡ. ସଞ୍ଜୟ ନାୟକ । ଗାଇଛନ୍ତି ହ୍ୟୁମାନ୍ ସାଗର,ଗୌରବ, କୁଲଦୀପ, ଅସୀମା ପଣ୍ଡା, ଅନ୍ତରା, ଜ୍ୟୋତିର୍ମୟୀ ଓ ପ୍ରଜ୍ଞା । ନୃତ୍ୟ ନିର୍ଦ୍ଦେଶନା ଦେଇଛନ୍ତି ଲୁବୁନ୍-ଟୁବୁନ୍ । ମୁଖ୍ୟ ଭୂମିକାରେ ଜ୍ୟୋତି ଓ ଭୂମିକା ଥିଲାବେଳେ ଅନ୍ୟ ମାନଙ୍କ ମଧ୍ୟରେ କୁନା ତ୍ରିପାଠୀ, ପୁଷ୍ପା ପଣ୍ଡା, ବିରାଜ ଦାସ, ଗୁଡ୍ଡ ୁ, ଦିଲ୍ଲୀପ ଦାସ, ବିଜୁ ବଡ଼ଜେନା, ପ୍ରଦ୍ୟୁମ୍ନ ଲେଙ୍କା, ପିନାକୀ ନାୟକ, ଧରିତ୍ରୀ ଓ ଅନ୍ୟମାନେ ରହିଛନ୍ତି । ଡ. ସଞ୍ଜୟ ନାୟକ ସିନେମାର ସଂଳାପ ସାଙ୍ଗକୁ ଚିତ୍ରନାଟ୍ୟ ମଧ୍ୟ ପ୍ରସ୍ତୁ ତ କରିଛନ୍ତି । କ୍ୟାମେରା ପରି ଚାଳନା ଚେନ୍ନାଇର ଏସ୍. ରଞ୍ଜନ କରିଥିବା ବେଳେ ସମ୍ପାଦନା କରିଛନ୍ତି
ରଞ୍ଜନ କୁମାର ଖଟେଇ ।

ଏହି ି ଅଡିଓ ରିଲିଜ୍ ଉତ୍ସବରେ ଅନ୍ୟତମ ଅତିଥି ଭାବେ ସୁମା ରିଅଲ୍ ମିଡିଆର ସେଲ୍ସ ଆଣ୍ଡ୍ ମାର୍କେଟି ଂ ଡାଇରେକ୍ଟର ହିମାଂଶୁ ହୋତା ଏବଂ ‘ନ୍ୟୁଜ୍-୭’ କାର୍ଯ୍ୟ ନିର୍ବାହୀ ସମ୍ପାଦକ ଦେବ ନାରାୟଣ ସେଠୀ ଓ ଅନ୍ୟମାନେ ଯୋଗଦେଇ ଚଳଚ୍ଚିତ୍ରର ସଫଳତା କାମନା କରିଥିଲେ ।

 

Share

Leave a Reply

Your email address will not be published. Required fields are marked *

sixteen − seven =