ଆଜିଠୁ ନାଇଟ୍ କର୍ଫ୍ୟୁ

ଭୁବନେଶ୍ୱର : ପାର୍ବଣ ଆରମ୍ଭ ହୋଇଯାଇଥିବାରୁ ଟ୍ୱିନ୍‍ ସିଟିରେ ହାଟ, ବଜାରରେ ଲୋକଙ୍କ ଗହଳି ଦେଖିବାକୁ ମିଳିଛି। କୋଭିଡ୍‍ ସଂକ୍ରମଣ ୫ଶହ ଉପରେ ରହୁଥିବାରୁ ଏହାକୁ ରୋକିବାକୁ ପ୍ରଶାସନ ଉଦ୍ୟମ କରୁଛି। ଏହାକୁ ଦୃଷ୍ଟିରେ ରଖି ଆଜିଠୁ ଟ୍ୱିନ୍‍ ସିଟିରେ ରାତ୍ରିକାଳୀନ ନାଇଟ୍‍ କର୍ଫ୍ୟୁ ଜାରି ରହିବ। ରାତି ୮ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ନାଇଟ୍‍ କର୍ଫ୍ୟୁ ଜାରି ରହିବ। ନାଇଟ୍‍ କର୍ଫ୍ୟୁ ସମୟରେ ଅମାନିଆଙ୍କ ଉପରେ ରହିବ ପୁଲିସର କଡ଼ା ନଜର। କଟକଣା ନ ମାନିଲେ କାର୍ଯ୍ୟାନୁଷ୍ଠାନ ହେବ। ଆବଶ୍ୟକ ପଡ଼ିଲେ ଅମାନିଆଙ୍କୁ ଗିରଫ କରାଯିବ ।

ନାଇଟ୍‍ କର୍ଫ୍ୟୁକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ସହରାଞ୍ଚଳରେ ୨୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ଏନେଇ ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ ସୂଚନା ଦେବା ସହ ରାଜଧାନୀବାସୀଙ୍କୁ ସହଯୋଗ ପାଇଁ ଅନୁରୋଧ କରିଛନ୍ତି। ଡିସିପିଙ୍କ କହିବା ଅନୁସାରେ ଆଜି ରାତି ୮ଟାରୁ ନାଇଟ୍‌ କର୍ଫ୍ୟୁ ଲାଗୁ ହେବ। ସନ୍ଧ୍ୟା ୭ଟା ପାଟ୍ରୋଲିଂ ଓ ନାକାବନ୍ଦୀ ଆରମ୍ଭ ହେବ। ଭୁବନେଶ୍ୱର ସହରାଞ୍ଚଳରେ ୨୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ମୁତୟନ ହେବେ। ନାଇଟ୍‌ କର୍ଫ୍ୟୁ କାର୍ୟ୍ୟକାରୀ କରିବା ପାଇଁ ଖୋର୍ଦ୍ଧା ଜିଲ୍ଲାପାଳ ୨୫ ପାଟ୍ରୋଲିଂ ଗାଡ଼ି ଦେଇଛନ୍ତି। ଯେଉଁ ଗାଡ଼ି ଗୁଡ଼ିକୁ ନାଇଟ୍‌ କର୍ଫ୍ୟୁ ଏନ୍‌ଫୋର୍ସମେଣ୍ଟରେ ବ୍ୟବହାର ହେବ ବୋଲି ଡିସିପି ଉମାଶଙ୍କର ଦାଶ କହିଛନ୍ତି। ନାଇଟ୍‌ କର୍ଫ୍ୟୁ ପାଇଁ ଭୁବନେଶ୍ୱର ସହରକୁ ବିଭିନ୍ନ ଜୋନରେ ବିଭକ୍ତ କରାଯାଇଛି। ଯେଉଁଥିରେ ଆଡିସିନାଲ୍‌ ଡିସିପି ଓ ଡିସିପି ରାଙ୍କର ଅଫିସରଙ୍କୁ ସୁପରଭିଜନ୍‌ ପାଇଁ ଦାୟିତ୍ୱ ଦିଆଯାଇଛି ବୋଲି ଡିସିପି କହିଛନ୍ତି।

ସେପଟେ କଟକରେ ମଧ୍ୟ ନାଇଟ୍‍ କର୍ଫ୍ୟୁ ପାଇଁ କଡା କଟକଣା କରାଯାଇଛି। କଟକରେ ୧୮ ପ୍ଲାଟୁନ ଫୋର୍ସ, ୪ ଅତିରିକ୍ତ ଏସପି, ୧୧ ଡିଏସପି, ୨୧୬ ଅଫିସର, ୪୨୭ କନେଷ୍ଟବଳ ମୁତୟନ ହେବେ। ଭଷାଣୀ ଦୁଇ ଦିନ ହେବ। ଦେବୀ ଗଡା ଓ ଅନ୍ୟ ଅସ୍ଥାୟୀ ପୁଷ୍କରଣୀ ରେ ହେବ ଭଷାଣୀ। ଗାଡିରେ ୭ ଜଣ ମେଢ ସହ ଯିବେ। ଟୁଇନ ସିଟିରେ ଟ୍ରାଫିକ ଦାୟିତ୍ବ ରେ ଟ୍ରାଫିକ ଡିସିପି ରହିବେ। ଦୁଇ ସହରରେ ୨ ଜଣ ଅତିରିକ୍ତ ଡିସିପି ଟ୍ରାଫିକ କଥା ବୁଝିବେ।

ପାର୍ବଣରେ କରୋନା ସଂକ୍ରମଣ ବଢିପାରେ ବୋଲି କୁହାଯାଉଛି। କଟକ ଓ ଭୁବନେଶ୍ବରରେ ବି ସଂକ୍ରମିତଙ୍କ ସଂଖ୍ୟା ଅଧିକ ରହୁଛି । ଏଣୁ ନିୟମ କଡ଼ାକଡି ପାଳନ ଉପରେ ଅଧିକ ଫୋକସ କରାଯାଇଛି । ଭିଡ଼ କିପରି ନହେବ ତାଉପରେ ନଜର ରଖାଯିବା ସହ ପାର୍ବଣରେ ନିୟମକୁ କଡ଼ାକଡି ପାଳନ କରିବାକୁ ଗୁରୁତ୍ବ ଦିଆଯାଉଛି । ତେଣୁ ଜନସାଧାରଣ ପୂର୍ବଭଳି ସରକାରଙ୍କ କଟକଣାକୁ ମାନି ପୁଲିସକୁ ସହଯୋଗ କରିବାକୁ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶୀ ନିବେଦନ କରିଛନ୍ତି

Share

Leave a Reply

Your email address will not be published. Required fields are marked *

4 × 1 =