୧୨୫ କିମି ବେଗରେ ପବନ ବହିବ

ଭୁବନେଶ୍ୱର—ତିତ୍ଲି ପ୍ରଭାବରେ ରାଜ୍ୟର ଉପକୂଳବର୍ତୀ ଜିଲ୍ଲାଗୁଡିକରେ ଭୟଙ୍କର ବାତ୍ୟା ଓ ବର୍ଷା ବିତô୍ାପା ଦେଖାଦେବାର ଆଶଙ୍କା ରହିଛି ବୋଲି ପାଣିପାଗ ବିଭାଗ ସତର୍କ କରିଦେଇଛି । ଏହି ସର୍ମ ମଧ୍ୟରେ ଘଂଟାକୁ ୧୦୦ରୁ ୧୨୫ କିଲୋମିଟର ବେଗରେ ପବନ ବହିବାର ସମ୍ଭବନା ଦେଖାଦେଇଛି । ଆସନ୍ତା କାଲିଠାରୁ ଏହାର ପ୍ରଭାବ ଅନୁଭୁତ ହେବ । ସେଥିପାଇଁ ପ୍ରଥମ ପର୍ଯ୍ୟୟରେ ଗଂଜାମ, ଗଜପତି,ଜଗସିଂହପୁର ଓ ପୁରୀ ଜିଲ୍ଲାରେ ସ୍କୁଲ,କଲେଜ ଏବଂ ଅଙ୍ଗନବାଡି କେନ୍ଦ୍ର ଗୁଡିକୁ ଆସନ୍ତାକାଲୀ ଠାରୁ ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢୀ ସୂଚନା ଦେଇଛନ୍ତି ।
ଆଜି ରାଜ୍ୟ ସଚିବାଳୟ ଠାରେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ଶେଷରେ ଶ୍ରୀପାଢୀ କହିଥିଲେ ଯେ ଆସନ୍ତାକାଲି ବାତ୍ୟା ଓ ବର୍ଷାର ଭୟାବହତା ଦେଖି ଅନ୍ୟ ଜିଲ୍ଲାଗୁଡିକର ସ୍କୁଲ ,କଲେଜ ଓ ଅଙ୍ଗନବାଡି କେନ୍ଦ୍ର ବନ୍ଦ କରିବା ସମ୍ପର୍କରେ ପରବର୍ତୀ ନିର୍ଦ୍ଦେଶ ନିଆଯିବ ।ଆସନ୍ତାକାଲି ଯେଉଁ ୪ଟି ଜିଲ୍ଲା ପ୍ରଶାସନକୁ ଅଧିକ ସତର୍କ ରହିବାକୁ କୁହାଯାଇଛି ସେସବୁ ଜିଲ୍ଲା ସମେତ ଅନ୍ୟ ଜିଲ୍ଲା ଗୁଡିକରେ ତଳିଆ ଅଂଚଳରୁ ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରିବା, ଲୋକଙ୍କୁ ପାନୀୟ ଜଳ ଯୋଗାଇବା, ଡାକ୍ତରଖାନା ଗୁଡିକରେ ଜେନେରେଟର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ସବୁ ଜିଲ୍ଲାରେ ଓଡ୍ରାଫ୍ ଓ ଏନଡିଆରଏଫ ଟିମକୁ ପରିସ୍ଥିତି ପାଇଁ ସଜାଗ ରଖାଯାଇଛି ।

Share

Leave a Reply

Your email address will not be published. Required fields are marked *

seventeen − 9 =